www.samajalive.in
Sunday, December 14, 2025
26.1 C
Bhubaneswar

୮୦% ବିଦେଶୀ ଡାକ୍ତରୀ ଡିଗ୍ରୀଧାରୀ ଅଯୋଗ୍ୟ

ନୂଆଦିଲ୍ଲୀ : ବିଦେଶରୁ ଡାକ୍ତରୀ ଶିକ୍ଷା ଲାଭ କରି ଫେରୁଥିବା ୮୦% ଛାତ୍ରଛାତ୍ରୀ ଭାରତରେ କାର୍ଯ୍ୟ କରିବା ଲାଗି ଅଯୋଗ୍ୟ ଘୋଷିତ ହେଉଛନ୍ତି। ବିଦେଶରୁ ଡାକ୍ତରୀ ଶିକ୍ଷା ଲାଭ କରି ଆସୁଥିବା ପିଲାମାନଙ୍କୁ ଭାରତରେ ଚିକିତ୍ସା ଅଭ୍ୟାସ କରିବା ଲାଗି ବିଦେଶୀ ଡାକ୍ତରୀ ସ୍ନାତକ ପରୀକ୍ଷା (ଏଫ୍‌ଏମଜିଇ)ର ସମ୍ମୁଖୀନ ହୋଇଥାନ୍ତି। ଜାତୀୟ ମେଡିକାଲ କମିସନ (ପୂର୍ବରୁ ଏହା ଭାରତ ଭେଷଜ ପରିଷଦ ଥିଲା)ଙ୍କ ଦ୍ବାରା ଧାର୍ଯ୍ୟ ମାନଦଣ୍ଡ ଆଧାରରେ ଜାତୀୟ ଶିକ୍ଷା ବୋର୍ଡ (ଏନବିଇ) ଏହି ପରୀକ୍ଷା ପରିଚାଳନା କରିଥାଏ। ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତୀ ଭାରତରେ ଡାକ୍ତରୀ ଅଭ୍ୟାସ ଲାଗି ଅନୁମତି ପାଇଥାନ୍ତି। ବିଦେଶରୁ ଡାକ୍ତରୀ ପଢି ଆସୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୦% ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ବେଳେ ୮୦% ବିଫଳ ହେଉଛନ୍ତି ବୋଲି ଏନବିଇ ତଥ୍ୟରୁ ଜଣାଯାଇଛି। ପ୍ରତିବର୍ଷ ଭାରତରୁ ଲକ୍ଷଲକ୍ଷ ପିଲା ରୁଷ୍‌, ୟୁକ୍ରେନ, ଚୀନ, ଫିଲିପାଇନ୍ସ, ବାଂଲାଦେଶ, ନେପାଳ ଓ ଅନ୍ୟ ରାଷ୍ଟ୍ରରେ ଡାକ୍ତରୀ ଅଧ୍ୟୟନ କରିବାକୁ ଯାଉଛନ୍ତି। ଭାରତରେ ଡାକ୍ତରୀ ପଢିବାର ସୁଯୋଗ ନ ପାଇବାରୁ ସେମାନେ ଏହିସବୁ ରାଷ୍ଟ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଓ ନ୍ୟୁଜିଲାଣ୍ଡରୁ ଏମବିବିଏସ୍‌ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଏଫ୍‌ଏମଜିଇର ସମ୍ମୁଖୀନ ହେବାକୁ ପଡିନଥାଏ। ଏନବିଇ ତଥ୍ୟ ଅନୁଯାୟୀ ୨୦୧୯ରେ ୨୫.୭୯% ପିଲା ଏଫ୍‌ଏମଜିଇରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୦ରେ ଏହି ଉତ୍ତୀର୍ଣ୍ଣ ହାର ୧୪.୬୮ ଥିବାବେଳେ ୨୦୨୧ରେ ୨୩.୮୩% ରହିଥିଲା। ଏହି ହାର ଅନୁଯାୟୀ ପାଖାପାଖି ୮୦% ଛାତ୍ରଛାତ୍ରୀ ଏଫଏମଜିଇରେ ବିଫଳ ହେଉଛନ୍ତି। ଯେଉଁମାନେ କି ଭାରତରେ ଡାକ୍ତରୀ ଅଭ୍ୟାସ ବା ଚିକିତ୍ସା କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ରୂପେ ଅଯୋଗ୍ୟ। ସମ୍ପ୍ରତି ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ହଜାର ହଜାର ପିଲା ଭାରତ ଫେରିଆସିଛନ୍ତି। ଏହିସବୁ ପିଲାମାନେ ଏବେ ସେମାନଙ୍କ ଡାକ୍ତରୀ ଶିକ୍ଷା ଭାରତରେ ଜାରି ରଖିବାକୁ ଦାବି କରିଛନ୍ତି। ଭାରତର ଡାକ୍ତରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସେମାନଙ୍କୁ ପଢିବାର ସୁଯୋଗ ଦେବା ଦାବି କରିଛନ୍ତି।
ଅପରପକ୍ଷରେ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ରେକର୍ଡ ସଂଖ୍ୟକ ଡାକ୍ତର ସୃଷ୍ଟି ହେବେ ଓ ଦେଶରେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିକଟରେ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଏହି କାର୍ଯ୍ୟ ଆଗାମୀ ୧୦ବର୍ଷରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରତି ଜିଲାରେ ମେଡିକାଲ

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories