ରାୟପୁର: ଛତିଶଗଡ଼ର ବିଳାସପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହୋମିଓପାଥି ଔଷଧ ଖାଇ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ହୋମିଓପାଥି ଔଷଧ ଖାଇ ଏପରି ହୋଇଥାଇ ପାରେ ବୋଲି ଗୁରୁତରମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନାର ମୁଖ୍ୟ ଅଧିକାରୀ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାର ତଦନ୍ତ ଚଳାଇଛି।
ସିଏମଓ କହିଛନ୍ତି ଯେ, ଏହି ପରିବାରର ଲୋକମାନେ ହୋମିଓପାଥି ଔଷଧ ଖାଇଥିଲେ। ଏହା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। କିଛି ସମୟ ଭିତରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପୀଡ଼ିତମାନେ ଡ୍ରୋସେରା ୩୦ ନାମକ ଏକ ହୋମିଓପାଥି ଔଷଧ ଖାଇଥିଲେ। ଯେଉଁଥିରେ ୯୧ ପ୍ରତିଶତ ଆଲକୋହଲ ମିଶାଯାଇଥାଏ। ବର୍ତ୍ତମାନ ସୁଦ୍ଧା ଔଷଧ ଦେଇଥିବା ଡାକ୍ତର ଫେରାର ଅଛନ୍ତି।



