ହାଇଦ୍ରାବାଦ : କରୋନା କବଳରେ ଏବେ ପଶୁ। ଦୀର୍ଘ ୨ ବର୍ଷ ହେବ କରୋନାର କାୟା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ପ୍ରଥମେ ଏହି ମହାମାରୀ ମନୁଷ୍ୟକୁ ବ୍ୟାପିବାରେ ଲାଗିଥିବା ବେଳେ ବର୍ତ୍ତମାନ ପଶୁଙ୍କୁ ମଧ୍ୟ ସଂକ୍ରମିତ ହେଉଛି। ଦେଶରେ ପ୍ରଥମଥର କରୋନାରେ ସଂକ୍ରମିତ ହୋଇଛନ୍ତି ୮ଟି ସିଂହ (ଏସିଆଟିକ)। ହାଇଦ୍ରାବାଦ ସ୍ଥିତ ନେହେରୁ ପ୍ରାଣୀ ଉଦ୍ୟାନର ୮ଟି ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମଗ୍ର ମାନବଜାତି ପାଇଁ ବିପଦ ପାଲଟିଥିବା ମହାମାରୀ ଏବେ ପଶୁଙ୍କୁ ନିଜ କବଳରେ କରିଛି। ଗତ ଏପ୍ରିଲ ୨୯ ତାରିଖରେ (ସିସିଏମବି) ନେହେରୁ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷଙ୍କୁ ସିଂହମାନେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ।
ସୂଚନା ଯୋଗ୍ୟ, ସିଂହମାନଙ୍କର ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଲେ ମଧ୍ୟ ସେମାନଙ୍କ ଠାରୁ ସିସିଏମବି ନମୁନା ସଂଗ୍ରହ କରାଯାଇଛି। ଏହାର ରିପୋର୍ଟ ଆସିଥିବା ପରେ ନିଶ୍ଚିତ ତଥ୍ୟ ମିଳିବ। ଏହାସହ ବୈଜ୍ଞାନିକମାନେ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକ ଚିକିତ୍ସାପଦ୍ଧତି ଶୀଘ୍ର ଆରମ୍ଭ କରିବାକୁ କହିଛନ୍ତି।
ଏହି ଘଟଣାକୁ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଘଟଣାକୁ ଅସ୍ୱୀକାର କରିନଥିଲେ ମଧ୍ୟ ଠିକ ବୋଲି ମଧ୍ୟ କହିନଥିଲେ। ସିଂହମାନଙ୍କ ଠାରେ କରୋନା ସଂକ୍ରମଣ ଦେଖାଯିବା ତଥ୍ୟ ସତ ବୋଲି କହିଥିଲେ। ଏହାସହ ସିଂହମାନେ ଏବେ ସୁସ୍ଥ ଅଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି।
କରୋରା କବଳରେ ପଶୁ ; ଦେଶରେ ପ୍ରଥମଥର ପାଇଁ ୮ଟି ସିଂହ କରୋନା ସଂକ୍ରମିତ
Popular Categories



