www.samajalive.in
Saturday, December 6, 2025
19.1 C
Bhubaneswar

୭୮ ବର୍ଷୀୟ ବୃଦ୍ଧଙ୍କୁ ଆସିଲା ଚିଠି- ଆକାଉଣ୍ଟରେ ୨୪ ଲକ୍ଷ ଅଛି, ୫୦ ହଜାର ଟିଡିଏସ୍‌ କଟିଛି, ଆଉ ବ୍ୟାଙ୍କ ପହଞ୍ଚିଲା ପରେ..

ଅହମଦାବାଦ: ଗୁଜରାଟର ଅହମଦାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୭୮ ବର୍ଷ ବୟସ୍କ ବୃଦ୍ଧଙ୍କୁ ଏସବିଆଇ ପକ୍ଷରୁ ସୂଚନା ମିଳିଲା ​​ଯେ, ତାଙ୍କ ଆକାଉଣ୍ଟରୁ ଟିଡିଏସ୍ ରାଶି କଟାଯାଇଛି। ଅଜବ କଥା ହେଉଛି, ବୃଦ୍ଧଙ୍କର ସେହି ବ୍ୟାଙ୍କରେ କୌଣସି ଆକାଉଣ୍ଟ ହିଁ ନାହିଁ।

ବ୍ୟାଙ୍କ ପକ୍ଷରୁ ବୃଦ୍ଧଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଲେଖାଯାଇଛି ଯେ, ଆପଣଙ୍କ ଆକାଉଣ୍ଟରେ ୨୪ ଲକ୍ଷ ଟଙ୍କା ଅଛି, ଯେଉଁଥିରୁ ଟିଡିଏସ ରାଶି ୫୦ ହଜାର ଟଙ୍କା କଟାଯାଇଛି। ଯେତେବେଳେ ବୃଦ୍ଧ ଜଣକ ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କୁ ସମ୍ପୂର୍ଣ୍ଣ ଘଟଣା ଜଣାଇଲେ, ସେତେବେଳେ ମ୍ୟାନେଜର ମଧ୍ୟ ଏହାକୁ ବିଶ୍ୱାସ କରି ନଥିଲେ। ଅପରପକ୍ଷେ ଆୟକର ବିଭାଗ ମଧ୍ୟ ବୃଦ୍ଧଙ୍କୁ ନୋଟିସ୍ ପଠାଇଛି।

- Advertisement -

ହର୍ଷଦ ଛୋଟେଲାଲ ମେହେତା ବ୍ୟାଙ୍କ ମ୍ୟାନେଜରଙ୍କୁ କହିଥିଲେ ଯେ, ଏସବିଆଇରେ ତାଙ୍କର କୌଣସି ଆକାଉଣ୍ଟ ନାହିଁ। ଏହାପରେ ବ୍ୟାଙ୍କ ତାଙ୍କୁ କେୱାଇସିରେ ଦିଆଯାଇଥିବା ପ୍ୟାନ କାର୍ଡର ଫଟୋ ଦେଖାଇଥିଲା, ଯେଉଁଥିରେ ତାଙ୍କ ନାମ ଏବଂ ଫଟୋ ଥିଲା। ଏହାପରେ ହର୍ଷଦ ମେହେତା ଆୟକର ବିଭାଗର ଓପନ୍‌ ହାଉସ୍‌ରେ ପହଞ୍ଚି ବ୍ୟାଙ୍କରେ ଯାଞ୍ଚ କରିବାକୁ ନିବେଦନ କରିଥିଲେ। ଏହାପରେ ଜଣାପଡ଼ିଥିଲା ଏହି ଭୁଲ୍‌ ବିଷୟରେ।

ହର୍ଷଦ ମେହେତାଙ୍କ କହିବାକଥା, ଯେତେବେଳେ ଏସବିଆଇରେ ତାଙ୍କର କୌଣସି ଆକାଉଣ୍ଟ ହିଁ ନାହିଁ, ତେବେ ତାଙ୍କ ପାନ୍ କାର୍ଡର ବିବରଣୀ ବ୍ୟାଙ୍କ ପାଖରେ କେମିତି ପହଞ୍ଚିଲା? ତାପରେ ଯେତେବେଳେ ଏହି ଘଟଣାର ତଦନ୍ତ କରାଗଲା, ସେତେବେଳେ ଜଣାପଡ଼ିଥିଲା ​​ଯେ, ଏହି ଆକାଉଣ୍ଟ ହର୍ଷଦ ରାୟ ଚୁନିଲାଲ ମେହେତା ନାମକ ଜଣେ ବ୍ୟକ୍ତିଙ୍କର, ଯାହା ୧୯୭୭ ମସିହାରୁ ଚାଲୁଛି। ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଏବେ ଏହି ବ୍ୟକ୍ତିଙ୍କର କୌଣସି ଚିହ୍ନ ବର୍ଣ୍ଣ ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories