www.samajalive.in
Friday, December 12, 2025
26.1 C
Bhubaneswar

୭୫ ତମ ଗଣତନ୍ତ୍ର ଦିବସରେ ଭାରତ ଦେଖାଇଲା ଶକ୍ତି, ସାହସ ଓ ସଂସ୍କୃତିର ଅନନ୍ୟ ରୂପ

ଡେସ୍କ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଏକତା ଏବଂ ପ୍ରଗତି, ସାମରିକ ଶକ୍ତି ଏବଂ ମହିଳା ଶକ୍ତିର ସାକ୍ଷୀ ଏହି ଗଣତନ୍ତ୍ର ଦିବସ ପ୍ୟାରେଡ୍ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏହି ଗଣତନ୍ତ୍ର ଦିବସ ସମାରୋହ ଆରମ୍ଭ ହୋଇଥିଲା।

- Advertisement -

ଚଳିତ ବର୍ଷ ବିକଶିତ ଭାରତ ଏବଂ ଭାରତ-ଗଣତନ୍ତ୍ରର ଜନନୀ ବିଷୟବସ୍ତୁ ଉପରେ ଆଧାର କରି ଗଣତନ୍ତ୍ର ଦିବସ ପ୍ୟାରେଡରେ ୧୩ ହଜାର ସ୍ୱତନ୍ତ୍ର ଅତିଥି ଅଂଶଗ୍ରହଣ କରିଥିଲେ। ସମାଜର ସମସ୍ତ ବର୍ଗର ଲୋକ ଏହି ଗଣତନ୍ତ୍ର ଦିବସ ଉତ୍ସବରେ ଭାଗ ନେବାକୁ ସୁଯୋଗ ପାଇଥିଲେ।

ଏହି ବର୍ଷ ପ୍ରଥମ ଥର ପାଇଁ ଶହେରୁ ଅଧିକ ମହିଳା ବାଦ୍ୟଯନ୍ତ୍ର କଳାକାରମାନେ ପ୍ୟାରେଡର ନେତୃତ୍ୱ ନେଇଥିଲେ। ଶଙ୍ଖ, ନାଦସ୍ୱରମ ଏବଂ ନଗାଡା ବାଦନ ସହ ଆରମ୍ଭ ହୋଇଥିଲା ପ୍ୟାରେଡ଼। ତିନୋଟି ସେବାର ମହିଳା କର୍ମଚାରୀଙ୍କ କଣ୍ଟିଜେଣ୍ଟ ପ୍ୟାରେଡରେ ନେତୃତ୍ୱ ନେଇଥିଲେ। ଫ୍ଲାଏ ପାଷ୍ଟ ସମୟରେ ମଧ୍ୟ ମହିଳା ପାଇଲଟ୍ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଦୁଇଟି ରାଫେଲ ଯୁଦ୍ଧ ବିମାନ ଏବଂ ଫ୍ରାନ୍ସ ବାୟୁସେନାର ଏକ ଟ୍ୟାଙ୍କର୍ ବିମାନ ଆକାଶ ମାର୍ଗରେ କଳା କୌଶଳ ପ୍ରଦର୍ଶନ କରିଥିଲା।

ଏହା ବ୍ୟତୀତ ଇଣ୍ଡିଆନ୍ ଟ୍ୟାଙ୍କ୍ ଟି-୯୦ ଭୀଷ୍ମ, ନାଗ ମିସାଇଲ୍ ସିଷ୍ଟମ୍, ଆର୍ମି କମ୍ବାଟ୍ ଭେଇକିଲ୍, ପିନାକା, ରାଡାର୍ ସିଷ୍ଟମ୍ ସ୍ଵାତି, ସର୍ବତ୍ର ମୋବାଇଲ୍ ବ୍ରିଜ୍ ସିଷ୍ଟମ୍, ଡ୍ରୋନ୍ ଜାମର୍ ସିଷ୍ଟମ୍ ଏବଂ ଏୟାର ମିସାଇଲ୍ ସିଷ୍ଟମ ମଧ୍ୟମ ରେଞ୍ଜ୍ ସର୍ଫେସ୍ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏଥିରେ ୧୬ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଗୁଡିକ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories