www.samajalive.in
Saturday, December 6, 2025
19.1 C
Bhubaneswar

ରାଜ୍ୟରେ ୧୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୭୩୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଛି।  ଆଜି ଚିହ୍ନଟ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୨୫୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରବିବାର ଚିହ୍ନଟ ହୋଇଥିବା ୭୩୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୭ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧୦୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୨ , ବାଲେଶ୍ୱରରୁ ୩୩, ବରଗଡରୁ ୩, ଭଦ୍ରକରୁ ୫, ବଲାଙ୍ଗୀର ଜିଲାରୁ ୪, ବୌଦ୍ଧରୁ ୮, କଟକରୁ ୨୭, ଢେଙ୍କାନାଳରୁ ଜଣେ, ଗଜପତିରୁ ୩୯, ଜଗତସିଂହପୁରରୁ ୪୦, ଯାଜପୁରରୁ ୪୦, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୭, କେନ୍ଦୁଝରରୁ ଜଣେ, କୋରାପୁଟରୁ ୪୫, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୨, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୧୦, ପୁରୀରୁ ୧୪, ରାୟଗଡାରୁ ୮, ସମ୍ବଲପୁରରୁ ୨୫, ସୁନ୍ଦରଗଡ଼ ଜିଲାରୁ ୧୭ଜଣ ରହିଛନ୍ତି ।

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୩ ଲକ୍ଷ ୮୬ ହଜାର ୧୦୨ ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୭ ହଜାର ୪୩୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୯୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୨୬ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ହଜାର ୨୮୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories