ନୂଆଦିଲ୍ଲୀ : ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଗୁରୁବାର ସକାଳେ ରାଜପଥରେ ଫୁଲ୍ ଡ୍ରେସ୍ ରିହରସାଲ୍ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବ। ପାଇଁ ବିପୁଳ ଜନସମାଗମ ହୋଇଥିଲା । ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ଏଥିରେ ଅଂଶଗ୍ରହଣ କରିଥିଲେ ।
ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ୭୧ତମ ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ୍ ରାଷ୍ଟ୍ରପତି ଜାୟାର ମେସିଆସ୍ ବୋଲ୍ସୋନାରୋ ମୁଖ୍ୟଅତିଥି ଭାବେ ଯୋଗଦେବେ।
ଅନ୍ୟ ପକ୍ଷରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।



