www.samajalive.in
Monday, December 15, 2025
26.1 C
Bhubaneswar

ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ମେଗା ଶୋ; ଅଞ୍ଚଳବାସୀଙ୍କ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କାର ଭେଟି

ପିପିଲି: ପିପିଲି ଓ ଡେଲାଙ୍ଗ ବ୍ଲକ ସମେତ ପିପିଲି ଏନଏସିର ବିକାଶ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭର୍ଚୁଆଲ ସମାବେଶରେ ପିପିଲି ଓ ଡେଲାଙ୍ଗବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ସମସ୍ୟା ଓ ସୁଖ ଦୁଃଖ ପଚାରି ବୁଝିଛନ୍ତି। ଏହାସହିତ ସ୍ବର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି। ଏହି ସମାବେଶରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ତଥା ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସବୁ ପ୍ରକଳ୍ପ ପିପିଲି ଓ ଡେଲାଙ୍ଗର ବିକାଶରେ ସହାୟକ ହେବ। ସର୍ବଦା ମହିଳା ଓ ଗାଁର ବିକାଶ ଉପରେ ଫୋକସ କରିଆସିଛି। ଗରିବଙ୍କ ମୁହଁରେ ହସ ଫୁଟାଇବା ମୋତେ ଅଧିକ ସନ୍ତୋଷ ଦେଇଥାଏ। କରୋନା ବେଳେ ମିଶନ ଶକ୍ତି ମାଆମାନେ ଭଲ କାମ କରିଛନ୍ତି । କରୋନାକୁ ନ ଡରି ଚାଷୀ ଭାଇମାନେ କାମ କରିଛନ୍ତି । ଏହାସହିତ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦଇଛନ୍ତି ମୁଖ୍ୟମନ୍ତ୍ରୀ। ପିପିଲି ଉପ ନିର୍ବାଚନ ପକ୍ଷରୁ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ମେଗା କାର୍ଯ୍ୟକ୍ରମ।

- Advertisement -

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ପିନାକୀ ମିଶ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories