www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଡରରେ ଗାଁରେ ପୂରାଇ ଦେଲେନି; ଗଛ ଉପରେ କ୍ବାରେଣ୍ଟାଇନରେ ୭ ଯୁବକ

କଲକାତା: କରୋନା ଭୂତାଣୁ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। ତେବେ ପଶ୍ଚିମବଙ୍ଗରେ ଚେନ୍ନାଇରୁ ଫେରିଥିବା କିଛି ଲୋକଙ୍କୁ ଯେପରି କ୍ବାରେଣ୍ଟାଇନରେ ରଖାଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚେନ୍ନାଇରୁ ଫେରିଥିବା ୭ ଯୁବକଙ୍କୁ ସେମାନଙ୍କ ଗାଁରେ ପ୍ରବେଶ କରାଇ ଦିଆଯାଇନାହିଁ। ସେମାନଙ୍କୁ ଗାଁ ବାହାରେ ଗଛ ଉପରେ କ୍ବାରେଣ୍ଟାଇନରେ ରଖାଯାଇଛି।

ପଶ୍ଚିମବଙ୍ଗର ପୁରୁଲିଆ ଜିଲାର ଭଙ୍ଗଡି ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ୭ ଜଣ ଯୁବକ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନର ଠିକ ପୂର୍ବ ଦିନ ଏମାନେ ଟ୍ରେନରେ ନିଜ ଗାଁକୁ ଫେରିଥିଲେ। କିନ୍ତୁ ଗାଁ ଲୋକମାନେ କରୋନା ଭୂତାଣୁ ଡରରେ ସେମାନଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ। ସେବେଠାରୁ ପ୍ରାୟ ୫ ଦିନ ହେବ ଏମାନଙ୍କୁ ଗଛ ଉପରେ କ୍ବାରେଣ୍ଟାଇନରେ ରଖାଯାଇଛି। ଗଛ ଉପରେ ବାଉଁଶରେ ଭାଡ଼ି କରି ଏହି ଯୁବକମାନେ ଗାଁଠୁ ଅଲଗା ରହିଛନ୍ତି। ଆମ୍ବ ଗଛରେ ଭାଡ଼ି କରି ମଶାରୀରେ ଆବଦ୍ଧ କରାଯାଇଛି। ମୋବାଇଲ ଚାର୍ଜ କରିବା ଲାଗି ଗଛରେ ବିଦ୍ୟୁତ ପ୍ଲଗ ଲଗାଯାଇଛି। ଏହା ସହିତ ଗ୍ରାମାବାସୀ ସେମାନଙ୍କୁ ମାସ୍କ ମଧ୍ୟ ଦେଇଛନ୍ତି। କେବଳ ଗାଧୋଇବା ଏବଂ ଖାଇବା ଲାଗି ସେମାନେ ଗଛରୁ ତଳକୁ ଓହ୍ଲାଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories