www.samajalive.in
Sunday, December 14, 2025
26.1 C
Bhubaneswar

ମୁକ୍ତ ହେଲେ ଲିବିୟାରୁ ଅପହୃତ ୭ ଭାରତୀୟ

ସେପ୍ଟେମ୍ବର ୧୪ରେ ଲିବିୟାର ଆଶ୍ୱେରିଫ୍‍ରୁ ଅପହରଣ କରି ନିଆଯାଇଥିବା ୭ ଜଣ ଭାରତୀୟ ନାଗରିକଙ୍କୁ ଛାଡ଼ି ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଟ୍ୟୁନିସିଆରେ ଭାରତର ରାଷ୍ଟ୍ରଦୂତ ପୁନୀତ୍‍ ରାୟ କୁନ୍ଦଲ ସେମାନଙ୍କ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା କରିଛନ୍ତି। ଅପହରଣକର୍ତ୍ତାମାନେ ସେମାନଙ୍କୁ ଅଲ୍‍ ଶୋଲା ଅଲ୍‍ ମୁଦିଆ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି। ଗତକାଲି ସେମାନଙ୍କୁ ଖଲାସ କରାଯାଇଥିଲା ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ସେମାନେ ବ୍ରେଗା ସ୍ଥିତ କମ୍ପାନୀର ପରିସର ମଧ୍ୟରେ ଅଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ କହିଛି, ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କାଗଜପତ୍ର କାମ ଆରମ୍ଭ କରାଯାଇଛି। ସେମାନଙ୍କୁ ଖଲାସ କରାଯାଇଥିବାରୁ ବୈଦେଶିକ ମନ୍ତ୍ରଣାଳୟ ଲିବିଆ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଆଦିବାସୀ ନେତାମାନଙ୍କୁ ଧନ୍ୟବାଦ ଜଣାଇଛି। ମନ୍ତ୍ରଣାଳୟ କହିଛି, ଟ୍ୟୁନିସିଆରେ ଭାରତର ରାଷ୍ଟ୍ରଦୂତ ଓ ସ୍ଥାନୀୟ ଦୂତାବାସ କର୍ମଚାରୀମାନେ ସେହି କମ୍ପାନୀ ଓ ଭାରତୀୟମାନଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରି ଆସୁଥିଲେ। ଲିବିଆର ନିରାପତ୍ତା ପରିସ୍ଥିତି ଯୋଗୁଁ ୨୦୧୬ ମେ ମାସରୁ ସେଠାକୁ କୌଣସି ଭାରତୀୟ ଯାତ୍ରା ନ କରିବା ପାଇଁ ନିଷେଧାଜ୍ଞା ଲାଗୁ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories