www.samajalive.in
Saturday, December 6, 2025
23.1 C
Bhubaneswar

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

- Advertisement -

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ୟ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories