www.samajalive.in
Saturday, December 6, 2025
26.1 C
Bhubaneswar

୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୫୮୩

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଚିନ୍ତା ବଢ଼ାଉଛି। ପ୍ରତିଦିନ ୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ଦିନକରେ ୬ ହଜାର ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୮ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୪୪୭କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା ୩୫୮୩ରେ ପଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୪୮ ହଜାର ୫୩୪ ଜଣ ସୁସ୍ଥ ହୋଇଥିବାବେଳେ ୬୬ ହଜାର ୩୩୦ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଦେଶରେ ମହାରାଷ୍ଟ୍ର ସବୁଠୁ ବେଶି ପ୍ରଭାବିତ ହୋଇଛି। ଏହି ରାଜ୍ୟରେ କେବଳ ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ୬୪୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୪୫୪ ଜଣ ପ୍ରାଣ ହରାଇଛନ୍ତି।

- Advertisement -

ରାଜ୍ୟ                  ସଂକ୍ରମିତ                   ମୃତ

ମହାରାଷ୍ଟ୍ର                  ୪୧,୬୪୨               ୧୪୫୪

ତାମିଲନାଡୁ               ୧୩,୯୬୭               ୯୫

ଗୁଜରାଟ                  ୧୨,୯୧୦               ୭୭୩

ଦିଲ୍ଲୀ                       ୧୧,୬୫୯               ୧୯୪

ରାଜସ୍ଥାନ                  ୬୨୨୭                  ୧୫୧

ମଧ୍ୟପ୍ରଦେଶ               ୫୯୮୧                  ୨୭୧

ଉତ୍ତରପ୍ରଦେଶ            ୫୫୧୫                  ୧୩୮

ପଶ୍ଚିମବଙ୍ଗ                ୩୧୯୭                  ୨୫୯

ଆନ୍ଧ୍ରପ୍ରଦେଶ              ୨୬୦୫                   ୫୪

ପଞ୍ଜାବ                    ୨୦୨୮                   ୩୯

ତେଲେଙ୍ଗାନା             ୧୬୯୯                   ୪୫

ବିହାର                     ୧୯୮୭                  ୯

କର୍ଣ୍ଣାଟକ                  ୧୬୦୫                  ୪୧

ଜାମ୍ମୁ-କାଶ୍ମୀର             ୧୪୪୯                  ୨୦

ଓଡ଼ିଶା                     ୧୧୮୯                  ୭

ହରିୟାଣା                  ୧୦୩୧                  ୧୪

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories