୬ ବର୍ଷର ବାଳକ କଣ୍ଠରୁ ଅନର୍ଗଳ ଭାଗବତ ଚର୍ଚ୍ଚା
ଯାଜପୁର ସଦର: ଯାଜପୁର ବ୍ଲକ ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡ଼ବାଗସାହି ଗ୍ରାମର ଅଶୋକ କୁମାର ପାଢ଼ୀଙ୍କ ୬ ବର୍ଷର ପୁଅ ବିରଜା ଶଙ୍କରଙ୍କ କଣ୍ଠରୁ ଅନର୍ଗଳ ଭାଗବତ ଚର୍ଚ୍ଚା ଶୁଣି ସମସ୍ତେ ଚକିତ ହୋଇଯାଉଛନ୍ତି।
ଅଶୋକ ଚେନ୍ନାଇରେ କାର୍ଯ୍ୟ କରୁଥିବା ବେଳେ ମାତା ମନୋଜା ଗ୍ରାମରେ ରହୁଛନ୍ତି। କିନ୍ତୁ ସେି କଥା କହିପାରୁ ନ ଥିବା ବେଳେ କାନକୁ ମଧ୍ୟ ଶୁଭୁନାହିଁ। ତେଣୁ ପୁଅ ବିରଜା ମାମୁଁଘର ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ରହି କବିରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଥମଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଏହି ବିିସ୍ମୟ ବାଳକ ବିରଜାଙ୍କ କଣ୍ଠରୁ ଅନର୍ଗଳ ଭାଗବତ ଚର୍ଚ୍ଚା ବାହାରୁଛି । ଅତିବଡ଼ି ଜଗନ୍ନାଥ ଦାସଙ୍କ ପୀଠରେ ବିରଜା ଭାଗବତ ପାଠ କରି ସେ ସୁନାମ ଅର୍ଜନ କରିଛନ୍ତି। ଆଈ ମିନାକ୍ଷୀ ମିଶ୍ରଙ୍କ ପ୍ରେରଣାରେ ବିରଜା ଭାଗବତ ଗ୍ରନ୍ଥକୁ ସେ ସମ୍ପୂର୍ଣ୍ଣ ମୁଖସ୍ଥ କରିଦେଇଛନ୍ତି। ଆଈ ପୂଜାଘରେ ଭାଗବତ ପଢୁୁଥିବା ବେଳେ ବିରଜା ପାଖରେ ବସି ଭାଗବତକୁ ମୁଖସ୍ଥ କରିଦେଇଛନ୍ତି । କେବଳ ଭାଗବତ ନୁହଁ ବିଭିନ୍ନ ଧର୍ମଗ୍ରନ୍ଥକୁ ମଧ୍ୟ ବିରଜା ମୁଖସ୍ଥ କରିଥିବା ଓ ଅନର୍ଗଳ କହୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତାଙ୍କ କଣ୍ଠରୁ ବାହାରୁଥିବା ଭାଗବତ ଉଚ୍ଚାରଣକୁ ଶୁଣିବା ପାଇଁ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳୁଛି ।