ଆକ୍ସନ ମୁଡରେ ନବୀନ: ପୁଣି ୬ ଅଧିକାରୀ ବହିଷ୍କୃତ
ଭୁବନେଶ୍ୱର: ରାଜ୍ୟରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଜାରୀ ରହିଛି। ଜିରୋ ଟଲରାନ୍ସ ନୀତିକୁ ଆପଣେଇଥିବା ମୁଖ୍ୟମନ୍ତ୍ରୀ ଶନିବାର ପୁଣି ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଦାସ୍ତ କରିବା ସହ ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୂର୍ଣ୍ଣରୁପେ ବନ୍ଦ କରିଦେଇଛନ୍ତ। ଶନିବାର ଭିଜିଲାନ୍ସ କୋର୍ଟରେ ଦୁର୍ନୀତି ସାବ୍ୟସ୍ତ ହେବା ପରେ ନବୀନ ପଟ୍ଟନାୟକ ୬ ଅଧିକାରୀମାନଙ୍କୁ ପଦବୀରୁ ବହିଷ୍କୃତ ହେବା ସହ ୪ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ବନ୍ଦ କରିଛନ୍ତି। ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ବୈକୁଣ୍ଠ ପ୍ରଧାନ ,ନାକଟିଦେଉଳର ପଶୁ ଡାକ୍ତର ଭାଗିରଥୀ ବିଶ୍ଵାଳ,କାମାକ୍ଷାନଗରର ପିଏଚଡି ଜେଇ ବସନ୍ତ ପାତ୍ର,ସୁନ୍ଦରଗଡ କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ, ସୁନ୍ଦରଗଡ ଜିଲ୍ଲା କୁତ୍ରା ପଞ୍ଚାୟତ ଏକଜ୍ୟୁକ୍ଟିଭ ଅଫିସର ତ୍ରିଲୋଚନ ସେଠ୍ ଏବଂ ବଣାଇଗଡ ବ୍ଲକ ଏକଜ୍ୟୁଟିଭ୍ ଅଫିସର ଅଷ୍ଟମ ପଟେଲଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି।
କେବଳ ସେତିକି ନୁହେଁ ଚାକିରୀ କାଳ ମଧ୍ୟରେ ଦୁର୍ନୀତି କରିଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଇଂଜିନିୟର ଗୌତମ ପୃଷ୍ଟି ଓ କଟକ ଡ୍ରେନେଜ୍ ଚିଫ ଇଂଜିନିୟର ରବିନ୍ଦ୍ର ନାରାୟଣ ମହାନ୍ତି ,ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ଓ ବାରିପଦା ଆଇଟିଡିଏର ପୂର୍ବତନ ଜୁନିୟର ଇଂଜିନିୟର ରବି ନାରାୟଣ ମହାନ୍ତିଙ୍କ ପେନସନ ସୁବିଧା ବନ୍ଦ କରି ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଗତ ୧୭ ତାରିଖରୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ୧୫ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବାସହ ୨ ଜଣ ଅଧିକାରୀଙ୍କ ପେନସନ ବନ୍ଦ କରିଥିଲେ। ଅଗଷ୍ଟ ମାସରେ ମୋଟ ୨୧ଜଣ ଅଧିକାରୀ ଚାକିରୀରୁ ବିଦା ହୋଇଥିବା ବେଳେ ୬ଜଣଙ୍କର ପେନସନ୍ ବନ୍ଦ କରାଯାଇଛି।
Comments are closed.