www.samajalive.in
Friday, December 5, 2025
26.1 C
Bhubaneswar

କରୋନା: ବ୍ରିଟେନରେ ୬ ମୃତ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ୩୩୭ ଆକ୍ରାନ୍ତ

ଲଣ୍ଡନ: ଚୀନରୁ ବ୍ୟାପିଥିବା କରୋନା ଭୂତାଣୁ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଅନ୍ୟ ଦେଶରେ ଏହାର ଆତଙ୍କ ବଢ଼ିବାରେ ଲାଗିଛି। ବ୍ରିଟେନରେ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିସାରିଛି। ଅନ୍ୟପଟେ ଭୂତାଣୁ ଦ୍ବାରା ୩୩୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ନଦୀନ ଡାରିସ ବି ସାମିଲ ଅଛନ୍ତି। ନଦୀନଙ୍କ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇଛି।

ବ୍ରିଟିଶ ସାଂସଦ ନଦୀନ କହିଛନ୍ତି, ମୋର କରୋନା ପରୀକ୍ଷା ପଜିଟିଭ୍‌ ଆସିଛି। ମୁଁ ନିଜ ଘରେ ସ୍ବତନ୍ତ୍ର ଭାବେ ଅଲଗା ରହୁଛି। ଦ ଟାଇମ୍ସ ରିପୋର୍ଟ ମୁତାବିକ ସେ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ସମେତ ଶତାଧିକ ଲୋକଙ୍କ ସହିତ ସମ୍ପର୍କରେ ଥିଲେ। ନଦୀନ କିପରି କରୋନା ଦ୍ବାରା ଆକ୍ରାନ୍ତ ହେଲେ ତାହାର ଯାଞ୍ଚ କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories