www.samajalive.in
Sunday, December 7, 2025
26.1 C
Bhubaneswar

ଇପିଏଫ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର; ମୋଦୀ ସରକାର ଘୋଷଣା କଲେ ନୂଆ ସୁଧହାର

ନୂଆ ବର୍ଷ ଆରମ୍ଭ ପୂର୍ବରୁ  ଇପିଏଫ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଉପହାର। ଅର୍ଥ ମନ୍ତ୍ରଣାଳୟ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୮.୫% ସୁଧ ଦେବାକୁ ଘୋଷଣା କରିଛି ।ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଇପିଏଫଓରେ ପଞ୍ଜୀକୃତ ୬ କୋଟି ଆକାଉଣ୍ଟଧାରୀ ଉପକୃତ ହେବେ।  କେନ୍ଦ୍ର ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଗୁରୁବାର ଏ ସଂପର୍କରେ ଘୋଷଣା କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସୁଧ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଗୋଟିଏ ଥର ଜମା ହେବ। ପୂର୍ବରୁ ଇପିଏଫଓ ​​ଦୁଇଟି କିସ୍ତିରେ ୮.୫%  ସୁଧ ଜମା କରୁଥିଲା |

- Advertisement -

ଏକ ସମୟରେ ୮.୧୫% ପ୍ରତିଶତ ରାଶି, ତା’ପରେ ୦.୩୫ ପ୍ରତିଶତ ଅଂଶ ଦ୍ୱିତୀୟ ଥର ପ୍ରଦାନ କରାଯାଉଥିଲା । ମାତ୍ର ଏବେ ସିଧାସଳଖ ଏକ ସମୟରେ ୮.୫ % ସୁଧ ପ୍ରଦାନ କରାଯିବ ।  ​​

ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ  ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ୮.୫% ପ୍ରତିଶତ ସୁଧ ଜମା କରିବେ | ଏହାପୂର୍ବରୁ ଇପିଏଫ୍ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫% ସୁଧ ପ୍ରଦାନ କରାଯାଉଥିଲା । ଏବେ ତାହା  ୮.୫%କୁ ହ୍ରାସ କରାଯାଇଛି । ଏହି ସୁଧହାର ଗତ ୭ ବର୍ଷ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories