www.samajalive.in
Saturday, December 13, 2025
26.1 C
Bhubaneswar

ସାରା ଦେଶରେ ଚାଷୀ ନିଆଁ: ମଙ୍ଗଳବାର ଭାରତ ବନ୍ଦକୁ କଂଗ୍ରେସ, ବାମଦଳ, ଡ଼ିଏମକେ, ଏନସିପି, ଟିଆରଏସ୍ ଓ ସମାଜବାଦୀ ପାର୍ଟିର ସମର୍ଥନ

ଭୁବନେଶ୍ବର:  କ୍ଷେତ ଛାଡ଼ି ରାଜପଥରେ ଅନ୍ନଦାତା । ଉତ୍ପାଦିତ ସାମଗ୍ରୀର ବିକ୍ରି, ଉଚିତ ମୂଲ୍ୟ, ମଣ୍ଡି ବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗ ନେଇ ଶୀତ କାକରରେ ରାଜପଥରେ ବସିଛି, ସରକାରଙ୍କ ବିରୋଧରେ ଗର୍ଜନ କରୁଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ଶପଥ କରିଛି ।  ପୂର୍ବରୁ ଦେଶରେ ଚାଷୀ ଆନ୍ଦୋଳନ ହୋଇଛି, ମାତ୍ର ପୂର୍ବର ସମସ୍ତ ଆନ୍ଦୋଳନକୁ ଏବର ଆନ୍ଦୋଳନ ବଳି ଯାଇଛି । ଉତ୍ତର ଭାରତରୁ ଆରମ୍ଭ ହୋଇଥିବା ଚାଷୀ ନିଆଁ ଏବେ ସାରା ଦେଶକୁ ବ୍ୟାପିଛି । ଗତ ସେପ୍ଟେମ୍ବର ମାସରେ ମୌସୁମୀ ଅଧିବେଶନକାଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନରେ ପରିଣତ ହୋଇଥିବା ନୂଆ କୃଷି ନୀତିକୁ ନେଇ ଏହି ବିରୋଧ । କୁହାଯାଉଛି ଏହି କୃଷି ନୀତି ଦ୍ବାରା ଚାଷୀ କ୍ଷତିଗ୍ରସ୍ତ ହେବେ । ବିଶେଷ ଭାବରେ ଏହି ୩ଟି ନୂଆ କୃଷି ନୀତିର ୫ଟି ପ୍ରସଙ୍ଗ ହିଁ ବିରୋଧର ମୂଳ କାରଣ ।

କେନ୍ଦ୍ର ସରକାରଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ସରିଛି, ତଥାପି କିଛି ବାଟ ବାହାରି ପାରିନାହିଁ । ଚାଷୀ-ସରକାରଙ୍କ ମଧ୍ୟରେ ସମ୍ପର୍କ ଏତେ ତିକ୍ତ ହୋଇଛି ଯେ ଚାଷୀ ନେତାମାନେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଚା’ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଓଲଟି ସେମାନଙ୍କ ପାଖରେ ଆସି ଆଲୋଚନା କଲେ ଜିଲାବି ଛାଣି ଖୁଆଇବେ ବୋଲି ପାଲଟା ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ସରକାର ବାରମ୍ବାର କୃଷି ନୀତି ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି କହୁଛନ୍ତି; ଅନ୍ୟପକ୍ଷରେ ଏହି କୃଷି ନୀତି ଚାଷୀ ବିରୋଧୀ ବୋଲି ଅଭିଯୋଗ କରି ନୂଆ ଆଇନକୁ ରଦ୍ଦ କରିବାକୁ ଅଡ଼ି ବସିଛନ୍ତି ଚାଷୀ ସଙ୍ଗଠନ ଓ ଚାଷୀ ନେତା ।

- Advertisement -

ଦେଶର ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ଓ ଚାଷର ସମସ୍ୟା ଭିନ୍ନ। ମଧ୍ୟ ଓ ପଶ୍ଚିମ ଭାରତରେ, ଏପରିକି ଓଡ଼ିଶାରେ ମଧ୍ୟ କରଜ ବୋଝ ତଳେ ଅଣନିଶ୍ବାସୀ ଚାଷୀ ଜୀବନ ହାରିବାର ନଜିର ମଧ୍ୟ ବହୁତ । ଅବଶ୍ୟ ସରକାର ଏହାକୁ କେବେ ସ୍ବୀକାର କରି ନାହାନ୍ତି କିମ୍ବା କରୁ ନାହାନ୍ତି । ଓଲଟି ଚାଷୀର ରୋଜଗାର ଦୁଇଗୁଣ ହୋଇଥିବା ଦାବି କରୁଛନ୍ତି ।

ଓଡ଼ିଶା ପରି ଅନେକ ରାଜ୍ୟରେ ଭାଗଚାଷୀ ଓ ନାମମାତ୍ର ଚାଷୀ ଏଯାଏ ସେମାନଙ୍କର ହକ୍ ପାଇ ନ ଥିବା ଅଭିଯୋଗ ହୋଇ ଆସୁଛି । ଆଉ ଏତିକି ବେଳକୁ ନୂଆ କୃଷି ଆଇନ ଚାଷୀଙ୍କୁ ଉତ୍ତେଜିତ କରିଛି । ଆଉ ପରିଣାମ ସ୍ବରୂପ ଡ଼ାକରା ଦିଆଯାଇଛି ‘‘ଭାରତ ବନ୍ଦ’’ । ଏହି ବନ୍ଦକୁ କଂଗ୍ରେସ, ଏନସିପି, ଡିଏମକେ, ଏସପି, ଟିଆରଏସ ଏବଂ ବାମ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories