www.samajalive.in
Saturday, December 6, 2025
23.1 C
Bhubaneswar

ଭୁବନେଶ୍ୱରର ଆଇଟି ଟାୱାର ପରିଦର୍ଶନ କଲେ ୫-ଟି ସଚିବ  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ସତ୍ୟନଗର ସ୍ଥିତ ବିଏମସି ବିଲ୍ଡି ପରିଦର୍ଶନ କରିଛନ୍ତି । ଏବଂ ଏହାର ଅଗ୍ରଗତି ନଇେ ସମୀକ୍ଷା କରିବା ସହିତ ଏହି କାର୍ଯ୍ୟ ସଠିକ୍‌ ସମୟରେ ସମାପ୍ତ କରିବାକୁ ଆଲୋଚନା କରିଛନ୍ତି ।

ଅକ୍ଟୋବର ୨୦୨୨ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ଏମଏନସି ଦ୍ୱାରା ଏହା ହେଉଥିବା ବେଳେ, ଯୁବପିଢ଼ି ମାନଙ୍କ ପାଇଁ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଜାରି ରହିଥିବା ଏହି କାର୍ଯ୍ୟକୁ ନେଇ ଭୁବନେଶ୍ୱରର କିଛି ବିଶିଷ୍ଟ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ମିଟିଂ ହଲ୍, କ୍ୟାଣ୍ଟିନ, ପାର୍କିଂ ଏବଂ ସାମଗ୍ରିକ ଇକୋ ସିଷ୍ଟମରେ ଉଭୟ ନୂତନ ବିଲ୍ଡିଂରେ ବହୁତ ଭଲ ସାଧାରଣ ବ୍ୟବହାର ସୁବିଧା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି ।

- Advertisement -

ଏଥି ସହିତ ଓ-ହବ୍ କାର୍ଯ୍ୟର ଦ୍ୱିତୀୟ ଟାୱାରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଇନଫୋ ସିଟି ଅଞ୍ଚଳରେ ଯାଞ୍ଚ କରିବାବେଳେ ସେ ଆଇଟି କମ୍ପାନୀଗୁଡିକର ବଢ଼ୁଥିବା ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇନଫୋସିଟି ଭିତରେ ମଲ୍ଟିଭେଲ ପାର୍କିଂ ପାଇଁ ଯୋଜନା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହି ଗସ୍ତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସେକ୍ରେଟାରୀ ହେମନ୍ତ ଶର୍ମା, ଇ ଆଣ୍ଡ ଆଇଟି ସେକ୍ରେଟାରୀ ମନୋଜ ମିଶ୍ର, ଚେୟାରମ୍ୟାନ୍ ବିଏସସିଏଲ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ କୁଲାଙ୍ଗେ ଏବଂ ଆଇଡିକୋ ଏମଡି ଭୂପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories