www.samajalive.in
Wednesday, December 10, 2025
14.1 C
Bhubaneswar

୨୦୨୧ ଅପ୍ରେଲ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗୀକରଣ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ୫‘ଟି’ ଆଧାାରରେ ସମସ୍ୟା ପରିବର୍ତ୍ତନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ରୂପାୟନ କମିଟିର ବୈଠକ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆସନ୍ତା ୨୦୨୧ ଅପ୍ରେଲ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗୀକରଣ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ତ୍ରିପାଠୀ ଗ୍ରାମପଞ୍ଚାୟତର ପ୍ରମୁଖ କାର୍ଯ୍ୟକେନ୍ଦ୍ରକୁ ୱାଇଫାଇ ସଂଯୋଗୀକରଣ ନିଶ୍ଚିତ କରିବା ନିମନ୍ତେ ନିର୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଡିଜିଟାଲ୍‌ ଭିତ୍ତିଭୂମି ରାଜ୍ୟର ବିକାଶ ଅଭିବୃଦ୍ଧିରେ ନିର୍ଣ୍ଣାୟକ ହେବ । ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟାନୁଷ୍ଠାନ ଓ ବ୍ୟାଙ୍କ ସମେତ ସମସ୍ତ ସରକାରୀ ଦପ୍ତରଗୁଡ଼ିକ ଏହି ସଂଯୋଗୀକରଣର ଅନ୍ତର୍ଭୁକ୍ତ ହେବେ।
ବିଭିନ୍ନ ବିକାଶମୂଳକ ପ୍ରତିଷ୍ଠାନ ଓ ସରକାରୀ ଦପ୍ତର ସହିତ ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଞ୍ଚଟି ସଂଯୋଗ କେନ୍ଦ୍ରରେ ମିଳିତ ହେବେ । ୱାଇଫାଇ ସଂଯୋଗୀକରଣ ଗ୍ରାମପଞ୍ଚାୟତଗୁଡ଼ିକର ପ୍ରମୁଖ ବାଣିଜ୍ୟିକ ସଂଯୋଗ ସ୍ଥଳ ହେବ । ଏହା ସହିତ ସ୍ୱାସ୍ଥ୍ୟସେବା, ଇ-ଶିକ୍ଷଣ ଓ ଲାଭଦାୟକ କୃଷି ବାଣିଜ୍ୟ ସୁବିଧା ଦେବା ଉଦ୍ଦେଶ୍ୟରେ ମଧ୍ୟ ଟେଲିମେଡିସିନ୍‌ ସେଣ୍ଟର, ଶିକ୍ଷାନୁଷ୍ଠାନ ଓ କୃଷି କିଓସ୍କଗୁଡ଼ିକୁ ସଂଯୁକ୍ତ କରାଯିବ ।
ରାଜ୍ୟରେ ୨୭,୬୧୦ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଅପ୍‌ଟିକାଲ୍‌ ଫାଇବର କେବୁଲ୍‌ ବିଛାଇବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨,୫୪୧ କିଲୋମିଟରର କାମ ସଂପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୫୦୬୯ କିଲୋମିଟରର କାର୍ଯ୍ୟ ଖୁବ୍‌ଶୀଘ୍ର ସଂପନ୍ନ ହେବ । ଅନୁରୂପ ଭାବରେ ବର୍ତ୍ତମାନ ସୁଦ୍ଧା ୪୬୫୧ଟି ଗ୍ରାମପଞ୍ଚାୟତ ଓ ୨୩୦ଟି ବ୍ଲକ୍‌କୁ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯାଇଛି । ଅବଶିଷ୍ଟଗୁଡ଼ିକୁ ପର୍ଯ୍ୟୟକ୍ରମେ ସଂଯୁକ୍ତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଡି.କେ. ସିଂହ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା, ଇଲେକ୍‌ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମନୋଜ ପଟ୍ଟନାୟକଙ୍କ ସମେତ ଓକାକ୍‌ ଓ ଓପିଟିସିଏଲ୍‌ ତଥା ସଂପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ପଦାଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories