୫ ଜବରଦସ୍ତ ୫ଜି ସ୍ମାର୍ଟଫୋନ୍‌; 6000MAH ବ୍ୟାଟେରୀ, 108MP କ୍ୟାମେରା ଓ 128GB ଷ୍ଟୋରେଜ୍‌

Realme 9 Pro 5G : ଏହି ଫୋନରେ ରହିଛି ୬ଜିବି ରାମ୍‌ + ୧୨୮ଜିବି ଷ୍ଟୋରେଜ୍‌, ଯାହାର ଦାମ୍‌ ୧୮,୯୯୯ ଟଙ୍କା। ବିଶେଷତ୍ବ କଥା କହିବାକୁ ଗଲେ ରିଅଲ୍‌ମୀର ଏହି ୫ଜି ଫୋନରେ ୬.୬-ଇଞ୍ଚର ଏଫଏଚଡି+ ଡିସ୍‌ପ୍ଲେ, ଯାହା ୧୨୦ ଏଚଜେଡ଼୍‌ ରିଫ୍ରେଶ୍‌ ରେଟ୍‌କୁ ସପୋର୍ଟ କରିଥାଏ। ଏଥିରେ କ୍ବାଲକମ୍ ସ୍ନାପଡ୍ରାଗନ୍ ୬୯୫ ପ୍ରୋସେସର, ୬୪ଏମପି କ୍ୟାମେରା, ୫୦୦୦ଏମଏଏଚ ବ୍ୟାଟେରୀ ଓ ୩୩ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

Samsung Galaxy M33 5G : ଏହାର ୬ଜିବି + ୧୨୮ଜିବି ଷ୍ଟୋରେଜଯୁକ୍ତ ଫୋନ୍‌ର ଦାମ୍‌ ୧୭,୯୯୯ ଟଙ୍କା ଓ ୮ଜିବି + ୧୨୮ଜିବି ଷ୍ଟୋରେଜଯୁକ୍ତ ଫୋନ୍‌ ୧୯,୯୯୯ ଟଙ୍କାରେ ଉପଲବ୍ଧ। ଏଥିରେ ୬.୫୯ ଇଞ୍ଚର ଡିସ୍‌ପ୍ଲେ ରହିଛି। ଡିଭାଇସ୍ ପଛରେ ଚାରୋଟି କ୍ୟାମେରା ସେନ୍ସର ଅଛି, ଯେଉଁଥିରେ ୫୦ଏମପିର ପ୍ରାଇମେରୀ ଲେନ୍ସ, ୫ଏମପି  ଅଲ୍ଟ୍ରା-ୱାଇଡ଼୍‌ ଆଙ୍ଗଲ ଲେନ୍ସ, ୨ଏମପି ଡେଫ୍‌ଥ ସେନ୍ସର ଓ ୨ଏମପି ମାକ୍ରୋ ସେନ୍ସର ରହିଛି। ଏଥିସହ ଫୋନରେ ୬୦୦୦ଏମଏଏଚ ବ୍ୟାଟେରୀ ଓ ୨୫ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ଏହା ବ୍ୟତୀତ ଏଥିରେ ୫ଏନଏମ ଅକ୍ଟା-କୋର ପ୍ରୋସେସର ଦିଆଯାଇଛି।

Oppo K10 5G : ଏହି ସ୍ମାର୍ଟଫୋନର ପ୍ରଥମ ଭାରିଏଣ୍ଟ ୬ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜଯୁକ୍ତ, ଯାହାର ଦାମ୍‌ ୧୬,୪୯୯ ଟଙ୍କା। ସେହିପରି ଏହାର ଦ୍ବିତୀୟ ଭାରିଏଣ୍ଟରେ ୮ଜିବି ରାମ୍‌ ରହିଛି ଓ ଏହାର ଦାମ୍‌ ୧୭,୪୯୯ ଟଙ୍କା। ଏହା ଦୁଇଟି ରଙ୍ଗରେ ଉପଲବ୍ଧ, ମିଡ୍‌ନାଇଟ୍‌ ବ୍ଲାକ୍‌ ଏବଂ ଓସନ୍‌ ବ୍ଲ୍ୟୁ। ଏଥିରେ ୬.୫୬ -ଇଞ୍ଚ ଏଚଡି+ ଏଲସିଡି ଡିସପ୍ଲେ, ମିଡିଆଟେକ୍ ଡାଇମେନସନ୍‌ ୮୧୦ ୫ଜି ପ୍ରୋସେସର, ୪୮ଏମପି କ୍ୟାମେରା, ୫୦୦୦ଏମଏଏଚ ବ୍ୟାଟେରୀ ଏବଂ ୩୩ଡବ୍ଲ୍ୟୁ SuperVOOC ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

Infinix Note 12 Pro 5G : ଏହାର ୮ଜିବି ରାମ୍‌ + ୧୨୮ଜିବି ଷ୍ଟୋରେଜ୍‌ ଭାରିଏଣ୍ଟର ଦାମ୍‌ ୧୭,୯୯୯ ଟଙ୍କା। ଏହା ଦୁଇଟି ରଙ୍ଗ ସ୍ନୋଫଲ୍‌ ହ୍ବାଇଟ୍‌ ଓ ଫୋର୍ସ ବ୍ଲାକରେ ଉପଲବ୍ଧ। ଏଥିରେ ୬.୭ ଇଞ୍ଚର FHD+ AMOLED ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନରେ ମିଡିଆଟେକ୍‌ ଡାଇମେନସନ୍‌ ୮୧୦ ୫ଜି ପ୍ରୋସେସର ଲଗାଯାଇଛି, ଯେଉଁଥିରେ 8GB LPDDR4X ରାମ୍‌ ଓ ୧୨୮ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଫୋନ୍‌ରେ 108MP କ୍ୟାମେରା, 5000mAh ବ୍ୟାଟେରୀ ଓ 33W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

OnePlus Nord CE 2 Lite 5G : ଏହାକୁ ଦୁଇ ଷ୍ଟୋରେଜ୍‌ ବ୍ୟବସ୍ଥା ୬ଜିବି ରାମ୍‌ + ୧୨୮ଜିବି ଓ ୮ଜିବି ରାମ୍‌ + ୧୨୮ଜିବିରେ ଲଞ୍ଚ୍‌ କରାଯାଇଛି। ଏହାର ବେସ୍‌ ଭାରିଏଣ୍ଟର ଦାମ୍‌ ୧୮,୯୯୯ ଟଙ୍କା ଓ ଏହାର ଟପ୍‌ ଭାରିଏଣ୍ଟ ୨୦,୯୯୯ ଟଙ୍କାରେ ଉପଲବ୍ଧ। ୱନପ୍ଲସର ଏହି ଫୋନରେ ୬.୫୯ ଇଞ୍ଚର ଡିସ୍‌ପ୍ଲେ ରହିଛି। ଏଥିସହ ୬୪ ଏମପି କ୍ୟାମେରା, ୫୦୦୦ ଏମଏଏଚ ବ୍ୟାଟେରୀ, କ୍ବାଲକମ୍‌ ସ୍ନାପଡ୍ରାଗନ୍‌ ୬୯୫ ୫ଜି ପ୍ରୋସେସର, ୮ଜିବି ପର୍ଯ୍ୟନ୍ତ ରାମ୍‌ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି।

Comments are closed.