ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ବାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ପୂର୍ବାହ୍ନ ସୁଦ୍ଧା ୫୭୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୫୧୨ ଜଣଙ୍କର ଚିକିତ୍ସା ଚାଲିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବିହାରରେ ଜଣେ ଏବଂ ମଧ୍ୟପ୍ରଦେଶରେ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ତାମିଲନାଡୁରେ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି।
ଦେଶରେ ସର୍ବାଧିକ ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଛି। ସେହିପରି ମହାରାଷ୍ଟ୍ରରେ ୨ୟ ସର୍ବାଧିକ ୧୦୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କର୍ଣ୍ଣାଟକରେ ୪୧, ତେଲେଙ୍ଗାନା ୩୯, ଗୁଜରାଟ ୩୮, ଉତ୍ତରପ୍ରଦେଶ ୩୭, ରାଜସ୍ଥାନ ୩୨, ଦିଲ୍ଲୀ ୩୦, ପଞ୍ଜାବରେ ୨୯ ଆକ୍ରାନ୍ତ ରହିଛନ୍ତି। ସେହିପରି ଜାମ୍ମୁ-କାଶ୍ମୀରରେ ୭, ଲଦାଖ ୧୩, ତାମିଲନାଡୁ ୧୮, ହରିୟାଣା ୨୧, ଆନ୍ଧ୍ରପ୍ରଦେଶରେ ୯ ଏବଂ ମଧ୍ୟପ୍ରଦେଶରେ ୧୨ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ୨ ରୋଗୀ ଅଛନ୍ତି।



