www.samajalive.in
Wednesday, December 10, 2025
14.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ୫୦ ଆତଙ୍କବାଦୀ ମୃତ

ଜେରୁଜେଲମ: ଇସ୍ରାଏଲ ସେନା ପକ୍ଷରୁ ରବିବାର ପାଲେଷ୍ଟାଇନ ଅନ୍ତର୍ଗତ ୱେଷ୍ଟବ୍ୟାଙ୍କର ଜେନିନ, ତୁଲକାରେମ ଏବଂ ତାମୁନ ଅଞ୍ଚଳରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ମୋଟ ୫୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ଇସ୍ରାଏଲ ସେନା ଦ୍ବାରା ୩୫ ଏବଂ ଡ୍ରୋନ ଆକ୍ରମଣ ଦ୍ବାରା ୧୫ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଆକ୍ରମଣରେ କେତେକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଇସ୍ରାଏଲ ସ୍ବୀକାର କରିଛି। ଇସ୍ରାଏଲ ସେନା ପକ୍ଷରୁ ଏହି ଅଭିଯାନକୁ ‘ଅପରେସନ ଆଇରରନ ୱାଲ’ ଆଖ୍ୟା ଦିଆଯାଇଛି। ଅପରପକ୍ଷରେ ଇସ୍ରାଏଲ ସେନା ୧୦୦ ପାଲେଷ୍ଟାଇନ ଆତଙ୍କବାଦୀଙ୍କୁ ଅଟକ ରଖିଥିବାବେଳେ ସେମାନଙ୍କ ନିକଟରୁ ୪୦ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହାବ୍ୟତୀତ ୮୦ ଆଇଇଡି ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଛି। ଏହି ଅଞ୍ଚଳରେ ହମାସ୍‌ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଇସ୍ରାଏଲ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିଲା। ବୋମାମାଡରେ ଜେନିନ୍‌ ଅଞ୍ଚଳରେ ଥିବା ୨୩ଟି କୋଠାକୁ ଧ୍ବଂସ କରାଯାଇଛି। ଆଗକୁ ଏଭଳି ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ଧମକ ଦେଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories