www.samajalive.in
Tuesday, December 9, 2025
15.1 C
Bhubaneswar

ସୁନା ଋଣ ପରିମାଣ ୭୧% ବୃଦ୍ଧି

ନୂଆଦିଲ୍ଲୀ: ସୁନା ଋଣ ପରିମାଣ ୨୦୨୪ ଡିସେମ୍ବର ସୁଦ୍ଧା ବାର୍ଷିକ ୭୧ ପ୍ରତିଶତ ବୃଦ୍ଧି ହୋଇଛି। ବ୍ୟକ୍ତିଗତ ଋଣ ମଧ୍ୟରେ ଏହା ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ପାଲଟିଛି। ସ୍ଥାୟୀ ଜମା ଓ ଅଂଶଧନ ଉପରେ ବ୍ୟକ୍ତିଗତ ଋଣ ମଧ୍ୟ ବାର୍ଷିକ ଯଥାକ୍ରମେ ୧୯.୨% ଏବଂ ୨୨% ହାରରେ ଅଭିବୃଦ୍ଧି ହାସଲ କରିଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବ୍ୟାଙ୍କ ଋଣର କ୍ଷେତ୍ରଗତ ନିୟୋଜନ ସମ୍ପର୍କିତ ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ୨୭ ସୁଦ୍ଧା ବ୍ୟାଙ୍କଗୁଡ଼ିକର ସୁନା ଋଣ ପରିମାଣ ୧.୭୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି।

ଏହା ପୂର୍ବ ବର୍ଷ ତୁଳନାରେ ୭୧% ଅଧିକ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ତୁଳନାରେ ୬୮ ପ୍ରତିଶତ ଅଧିକ। ବିଶ୍ଲେଷକ ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ମୁଖ୍ୟତଃ ତିନୋଟି କାରଣକୁ ଦାୟୀ କରିଛନ୍ତି। ପ୍ରଥମତଃ, ନିୟାମକ ପରିବର୍ତ୍ତନ ଦ୍ୱାରା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନ୍‌ବିଏସ୍‌ସିଏସ୍‌) ରୁ ବ୍ୟାଙ୍କକୁ ସ୍ଥାନାନ୍ତର ଫଳରେ ବ୍ୟାଙ୍କଗୁଡ଼ିକ ୮୨ ପ୍ରତିଶତ ବଜାର ଅଂଶଧନ ହାସଲ କରିଥିଲେ। ଦ୍ବିତୀୟରେ ସୁନା ମୂଲ୍ୟ ବଢ଼ିବା ଫଳରେ ଋଣୀ ସେମାନଙ୍କ ସୁନା ଉପରେ ଅଧିକ ପରିମାଣର ଋଣ ନେଇପାରିଲେ।

- Advertisement -

ତୃତୀୟରେ ପରିବାରରେ ଆର୍ଥିକ ସଙ୍କଟ କାରଣରୁ ବହୁ ଲୋକ ସୁନା ବଦଳରେ ସୁରକ୍ଷିତ ଋଣ ନେବାକୁ ପ୍ରାଧାନ୍ୟ ଦେଇଥିଲେ। ବ୍ୟକ୍ତିଗତ ଋଣ କ୍ଷେତ୍ରରେ କ୍ରେଡିଟ୍‌ କାର୍ଡ ବକେୟା ପରିମାଣ ୧୫.୬% ବଢ଼ି ୨.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗୃହଋଣ ବ୍ୟାଙ୍କ ଋଣରେ ସବୁଠାରୁ ବଡ଼ କ୍ଷେତ୍ର ଭାବେ ରହିଆସିଛି, ଯାହାର ବକେୟା ପରିମାଣ ୨୯.୩ ଲକ୍ଷ କୋଟି ଟଙ୍କା ରହିଛି। ତେବେ ଏଥିରେ ବାର୍ଷିକ ୧୧.୧%ର ସାମାନ୍ୟ ଅବନତି ଦେଖାଯାଇଛି। ଉପଭୋକ୍ତା ସ୍ଥାୟୀ ବସ୍ତୁ (କଞ୍ଜୁମର ଡ୍ୟୁରେବୁଲ) ଏକମାତ୍ର କ୍ଷେତ୍ର ଯେଉଁଥିରେ ନକାରାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଯାହା ୧.୧% ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories