www.samajalive.in
Tuesday, December 9, 2025
16.1 C
Bhubaneswar

ଦୃଷ୍ଟିବାଧିତଙ୍କ ପାଇଁ ସ୍ବତନ୍ତ୍ର ସମ୍ବିଧାନ ପୁସ୍ତିକା ଉନ୍ମୋଚିତ

ବେଙ୍ଗାଲୁରୁ: ଦୃଷ୍ଟିବାଧିତଙ୍କ ନିମନ୍ତେ ସ୍ବତନ୍ତ୍ର ସମ୍ବିଧାନ ପୁସ୍ତିିକାକୁ ଉନ୍ମୋଚନ କରାଯାଇଛି। ବ୍ରେଲି ଫର୍ମାଟରେ ପ୍ରସ୍ତୁତ ଏହି ପୁସ୍ତିକାକୁ କର୍ଣ୍ଣାଟକ ରାଜ୍ୟପାଳ ତୱରଚାନ୍ଦ ଗେହଲତ୍‌ ସୋମବାର ଉନ୍ମୋଚନ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଶଙ୍କର ନେତ୍ରାଳୟ ଏବଂ ସିଆଇଆଇ ୟଙ୍ଗ ଇଣ୍ଡିଆନ୍ସର ମିଳିତ ଉଦ୍ୟମରେ ଏଭଳି ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିବାଧିତ କିମ୍ବା ଯେଉଁମାନଙ୍କର ଦୃଷ୍ଟିଶକ୍ତି ଅତ୍ୟନ୍ତ ଦୁର୍ବଳ, ସେଭଳି ବ୍ୟକ୍ତି ଏହି ପୁସ୍ତିକା ପାଠ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଶଙ୍କର ନେତ୍ରାଳୟର ବରିଷ୍ଠ ପଦାଧିକାରୀ ଡା. କୌଶିକ ମୁରଲୀ କହିଛନ୍ତି। ଦୃଷ୍ଟିବାଧିତଙ୍କୁ ବଣ୍ଟନ ଉଦ୍ଦେଶ୍ୟରେ ଏଭଳି ପୁସ୍ତିକାକୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂଗଠନଗୁଡିକୁ ଯୋଗାଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories