ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଗଷ୍ଟ ୩୧ରେ ଚୀନ ଗସ୍ତ କରିବା ନେଇ ସୂଚନା, ଏସସିଓ ସମ୍ମିଳନୀରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ..
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ରହିଲା ସୁଧ ହାର,ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି, ଏନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ ପରେ ସୁଧ ହାର ଉପରେ ଏହି ନିଷ୍ପତ୍ତି ନିଆଯାଇଛି..
ଭିଜିଲାନ୍ସ ଜାଲରେ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍ ର ଛାନଭିନ୍, ଭୁବନେଶ୍ଵର, ସମ୍ବଲପୁର ଏବଂ ବ୍ରହ୍ମପୁର ଏକକାଳୀନ ୭ଟି ସ୍ଥାନରେ ଚଢାଉ..
ବାଣୀ ବିହାର କ୍ୟାମ୍ପସରେ ଏବିଭିପି ଛାତ୍ର ଓ ଅଣଛାତ୍ର ଗଣ୍ଡଗୋଳ ଘଟଣା, ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଭିସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଣଛାତ୍ର ମାନଙ୍କୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସକୁ ପ୍ରବେଶ ନ କରାଇବା ପାଇଁ ଭିସିଙ୍କୁ ଦାବି ପତ୍ର ଦେବା ସହ ଧାରଣା ଦେଇଛନ୍ତି..
ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, କେନ୍ଦୁଝର ଭୂ ବନ୍ଦୋବସ୍ଥ ଅଫିସର ହାଡିବନ୍ଧୁ ବେହେରା ଜଣେ ବ୍ୟକ୍ତିଙ୍କ ଠାରୁ ଅମୀନ ରିପୋଟ ଓ ଡ୍ରାଫ ଖତିୟାନ ଦେବା ପାଇଁ ୩୦୦୦ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ଠାରୁ ୫୦୦ ଟଙ୍କିଆ ୫ ଟି, ୨୦୦ ଟଙ୍କିଆ ଗୋଟିଏ ଏବଂ ୧୦୦ ଟଙ୍କିଆ ୩ଟି ଜବତ କରାଯାଇଛି..



