www.samajalive.in
Wednesday, December 10, 2025
23.1 C
Bhubaneswar

ଆହତ ବାରାହା ଆକ୍ରମଣରେ ୫ ଗୁରୁତର

ତେଲକୋଇ : ଗତକାଲି ପର୍ୟ୍ୟନ୍ତ ବାରହା କହିଲେ ଲୋକେ ସ୍ନେହର ସହ ଢୁରର ମାନବ ପ୍ରେମକୁ ମନେପକାଉଥିବା ବେଳେ ଆଜି ଏହି ବାରହା ନାମ ତେଲକୋଇ ଅଞ୍ଚଳ ରେ ଆତଙ୍କ ସୃଷ୍ଟିକରିଛି। ତେଲକୋଇ ବନାଞ୍ଚଳ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଶୁକ୍ରବାର ଏକ ବାରହା ଆତଙ୍କ ସୃଷ୍ଟି କରିଛି । ସୂଚନା ଅନୁଯାୟୀ କରଦାଙ୍ଗୀ ଏବଂ ଭୀମକାଣ୍ଡ ପଞ୍ଚାୟତ ଅଞ୍ଚଳରେ ଏକ ଆହତ ବାରାହା ଏଣେତେଣେ ଦୌଡୁଥିବା ବେଳେ ସାମ୍ନାରେ ଯାହାକୁ ପାଉଛି ତାଉପରେ ଆକ୍ରମଣ କରିପକାଉଛି । ଘଟଣା ଅନୁଯାୟୀ ଭୀମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗ୍ରାମର ଖଗେଶ୍ବର ମହାକୁଡ (୪୩) ଏବଂ କାର୍ତ୍ତିକ ମହାକୁଡ (୨୫) ମହୁଲ ଫୁଲ ସଂଗ୍ରହ କରିବାକୁ ନିକଟସ୍ଥ “ପାଳ” ଜଙ୍ଗଲ ନିକଟକୁ ଯାଇଥିଲେ । ହଠାତ୍ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ଲୋକେ ଦୁଇଜଣକୁ ଉଦ୍ଧାର କରି ମୋଟରସାଇକେଲ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉକ୍ତ ଘଟଣା ର କିଛି ସମୟ ପରେ ସେହି ବାରାହା ଟି କରଦାଙ୍ଗୀ ପଞ୍ଚାୟତ କଲଝରୀ (ବିଶମୁଣ୍ଡା) ଗ୍ରାମରୁ ନିକଟସ୍ଥ ଶିଖେଶ୍ବରୀ ଜଙ୍ଗଲ ନିକଟକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବୁଦୁରାମ ମୁଣ୍ଡା (୪୮) ଏବଂ ତାଙ୍କ ଭାଇ ବୋହୂ ସୋମବାରୀ ମୁଣ୍ଡା (୩୯) ଙ୍କୁ ଆକ୍ରମଣ କରିଥିଲା । ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ମଧ୍ୟରେ ରକ୍ତମୁଖା ବାରହାଟି ପ୍ରାୟ ପାଞ୍ଚ କିଲୋମିଟର ଦୂର ସେହି କରଦାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଘୋଡାବେଡା ସାହିରେ ନିଜ ଉଗ୍ରରୂପ ଦେଖାଇ ସାରିଥିଲା । ପ୍ରତି ଶୁକ୍ରବାର ତେଲକୋଇରେ ଅନୁଷ୍ଠିତ ହେଉଥିବା ସାପ୍ତାହିକ ହାଟକୁ ଯାଇ ସାଇକେଲ ଯୋଗେ ନିଜ ଘର କରଦାଙ୍ଗୀ ପଞ୍ଚାୟତ ଆମ୍ବତଇଲାକୁ ଫେରୁଥିବା ରମାକାନ୍ତ ମହାନ୍ତ (୩୭) ଙ୍କୁ ଘୋଡାବେଡା ସାହି ତମ୍ବାଖଣି ଝରଣା ନିକଟରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଲା ସେହି ବାରହା । ତାଙ୍କୁ ମଧ୍ୟ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଗୁରୁତର ଙ୍କୁ ପ୍ରାଥମିକତା ଅନୁଯାୟୀ କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ବାରହାର ଆଗ ବାମ ଗୋଡ ଆହତ ଅଛି । ଘଟଣା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ଗୁରୁତରଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ତେବେ ବାରହା ର ଆହତ ହୋଇଥିବା ବିଷୟରେ କୌଣସି ସୂଚନା ନଥିବା କହିଛନ୍ତି । ଘଟଣା ପରେ ବନବିଭାଗ ପକ୍ଷରୁ ଏକ ପ୍ରଚାର ଗାଡିରେ ବାରହା କୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପର୍ୟ୍ୟନ୍ତ ସାବଧାନ ରହିବାକୁ ସଚେତନ କରାଯାଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories