ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରୁ ୫ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଥାନା ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ବ୍ୟକ୍ତି ଦୁର୍ଗା ଏଜେନ୍ସି ନାମରେ ଘରୋଇ ଉପକରଣ ଦୋକାନ ଖୋଲି ବିକ୍ରି କରୁଥିଲେ। ଦୋକାନର ପଲିସି ଅନୁସାରେ ୪୦ ପ୍ରତିଶତ ରିହାତିରେ ସେ ଲୋକଙ୍କୁ ଘରୋଇ ଉପକରଣ ବିକ୍ରି କରୁଥିଲେ। କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ୧୨ ଦିନ ଆଗରୁ ଟଙ୍କା ପୈଠ କରିବାକୁ ପଡୁଥିଲା। ଏହି ଉପାୟରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଠକି ନେଇ ବ୍ୟକ୍ତି ଜଣଙ୍କ ଫେରାର ହୋଇ ଯାଇଛନ୍ତି। ଆଜି ସକାଳେ ଜିନିଷ ନେବା ପାଇଁ ଗ୍ରାହକମାନେ ଦୋକାନ ସାମ୍ନାରେ ଭିଡ ଜମାଇ ଥିବା ବେଳେ ତାଙ୍କର କୌଣସି ଖୋଜ ଖବର ମିଳିଥିଲା। ବ୍ୟକ୍ତିଙ୍କ ଘର ରାଜ୍ୟ ବାହାରେ ବୋଲି ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
Popular Categories



