www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିଠାରୁ ଆଇନଶୃଙ୍ଖଳା ଜ୍ଞାନ ନେବାର ଆବଶ୍ୟକତା ନାହିଁ: ସିଦ୍ଦରମେୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ମାଙ୍ଗାଲୁରୁ ଗସ୍ତ କରିବା ଲାଗି ପୁଲିସ ପକ୍ଷରୁ ବାରଣ କରାଯିବା ପରେ ଏହାକୁ ନେଇ ସିଦ୍ଦରମେୟା ରାଜ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ସିଧାସଳଖ ବି.ଏସ. ୟେଦ୍ଦୁରପ୍ପାଙ୍କ ସରକାରକୁ ଏଥିପାଇଁ ଦାୟୀ କରିବା ସହିତ ବିଜେପିଠାରୁ ଆଇନଶୃଙ୍ଖଳା ଜ୍ଞାନ ଶିଖିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ଶନିବାର ସକାଳେ ମାଙ୍ଗାଲୁରୁ ପୁଲିସ କମିଶନର ସିଦ୍ଦରମେୟାଙ୍କୁ ନୋଟିସ ଜାରି କରି ମାଙ୍ଗାଲୁରୁ ଗସ୍ତରେ ନ ଆସିବା ପାଇଁ କହିଥିଲେ। ସେ ମାଙ୍ଗାଲୁରୁ ଆସିଲେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବ ବୋଲି କହିଥିଲେ। ଏହା ପରେ ସିଦ୍ଦରମେୟା ପ୍ରଶାସନକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ନୋଟିସ ଅନୁସାରେ ମୁଁ ଟ୍ରେନ, ବସ୍‌ କିମ୍ବା କାରରେ ମାଙ୍ଗାଲୁରୁ ଯାଇପାରିବ ନାହିଁ। ମୁଁ ଜାଣିପାରୁ ନାହିଁ ରାଜ୍ୟରେ କିମ୍ବା କେନ୍ଦ୍ରରେ ଗଣତନ୍ତ୍ର ଅଛି କି ନାହିଁ। ଯଦି ସେମାନଙ୍କ ପାଇଁ ପରିସ୍ଥିତି ଭଲ ଅଛି, ତେବେ ମୋ ପାଇଁ କାହିଁକି ନୁହେଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ଦୁରପ୍ପା ଶନିବାର ମାଙ୍ଗାଲୁରୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସେଠାକାର ସ୍ଥିତି ବିଷୟରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲ ଏବଂ ଗୃହମନ୍ତ୍ରୀ ବସୱାରାଜ ବୋମେଇ ମଧ୍ୟ ଗସ୍ତ କରିବେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories