www.samajalive.in
Tuesday, December 9, 2025
16.1 C
Bhubaneswar

ଖାଲି ଭାରତ ନୁହେଁ ଲଣ୍ଡନରେ ମଧ୍ୟ ପ୍ରସିଦ୍ଧ ଏହି ଖାଦ୍ୟ, ଖାଇବା ପାଇଁ ଲୋକେ କରନ୍ତି ଘଣ୍ଟା ଘଣ୍ଟା ଅପେକ୍ଷା

ଦୁନିଆର ସବୁଠାରୁ ସୁନ୍ଦର ସହର ମାନଙ୍କ ମଧ୍ୟରୁ ଲଣ୍ଡନର ହେଉଛି ଅନ୍ୟତମ। ଏହାକୁ ଏକବିଂଶ ଶତାବ୍ଦୀର ସହର ବୋଲି କୁହାଯାଏ। ବହୁ ପର୍ଯ୍ୟଟକ ପ୍ରତିବର୍ଷ ଲଣ୍ଡନ ବୁଲିବାକୁ ଯାଇଥାଆନ୍ତି। ଭାରତରୁ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଲଣ୍ଡନ ଭ୍ରମଣ ପାଇଁ ଯାଇଥାଆନ୍ତି। ଭ୍ରମଣ ପାଇଁ ଏଠାରେ ଅନେକ ସ୍ଥାନ ରହିଥିବା ବେଳେ ଭାରତୀୟ ଷ୍ଟ୍ରିଟ ଫୁଡ଼ ମଧ୍ୟ ମିଳିଥାଏ। ଯାହାର ସ୍ୱାଦ ମଧ୍ୟ ଖୁବ ନିଆରା ।
ଯଦି ଆପଣ ଲଣ୍ଡନ ଯାଉଛନ୍ତି ତେବେ ଭାରତର ପ୍ରସିଦ୍ଧ ଗରମାଗରମ ଜିଲାପି, ଇଟିଲି ଓ ଅନ୍ୟ ଷ୍ଟ୍ରିଟ ଫୁଡ଼ ପାଇପାରିବେ। ଯାହାକୁ ଖାଇବାକୁ ବହୁ ସଂଖ୍ୟାରେ ଲୋକଙ୍କ ଲାଇନ ଲାଗିଥାଏ।
ଆପଣ ଲଣ୍ଡନର ଜଲେବୀ ଜଙ୍କସନରେ ନାମରେ ଥିବା ଏକ ସ୍ଥାନରେ ଭାରତ ଜିଲାପିର ସ୍ୱାଦ ନେଇପାରିବେ। ଏଠାରେ ସମ୍ପୂର୍ଣ୍ଣ ଗରମାଗରମ ଜିଲାପି ମିଳିଥାଏ। ଏହାଛଡ଼ା ଏଠାରେ ଅଦା ଚା’, ସିଙ୍ଗଡ଼ା, ଚାର୍ଟ, ଛୋଲେ ଭଟୁରେ ମଧ୍ୟ ମିଳିଥାଏ। ଏହି ଜଲେବୀ ଜଙ୍କସନ ୯୩ ବ୍ରୋଡ଼ୱେ ସାଉଥଅଲ୍‍ ୟୁବି ୧ ଏନ ଏନରେ ଅବସ୍ଥିତ।
ଲଣ୍ଡନରେ ଆପଣଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟର ମଧ୍ୟ ମଜା ନେଇ ପାରିବେ। ମୁଋଗମ ଇଟିଲି ସପ୍‍ ରେ ଆପଣ ଇଟିଲି, ସାମ୍ବର ସ୍ୱାଦ ମଧ୍ୟ ନେଇପାରିବେ। ଏହି ସ୍ଥାନ ୩୧୫ ହାଈ ଏସିଟି ଏନ, ମନୋର ପାର୍କ ଲଣ୍ଡନ ରେ ଅବସ୍ଥିତ।
ଯଦି ଆପଣ ଭାରତୀୟ ଆମିଷ ଓ ନିରାମିଷର ରୋଲ ଖାଇବାକୁ ଚାହୁଁଛନ୍ତି ତେବେ ସେଣ୍ଟ୍ରାଲ ଲଣ୍ଡନରେ ଏହାର ମଜା ନେଇପାରିବେ। ଏଠାରେ ଆଚାରୀ ପନୀର ରୋଲ, ଚିକେନ ରୋଲ, ପାଓଁ ଭାଜି, ବଡ଼ା ପାଓଁ ମିଳିଥାଏ। ଏହାଛଡ଼ା କେସର ଲସୀ ମଧ୍ୟ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories