www.samajalive.in
Sunday, December 7, 2025
26.1 C
Bhubaneswar

୩ସିନେମା ହଲ୍‌ରେ ୪ ଶୋ’

ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ରାଜଧାନୀରେ ଖୋଲିବ ସିନେମା ହଲ୍‌। ଏନେଇ ଆଜି ମକ୍‍ଡ୍ରିଲ ହୋଇଥିବା ବେଳେ ରାଜଧାନୀରେ ୬ଟି ହଲ୍‌ରୁ ତିନୋଟି ହଲ୍‌ (ମହାରାଜା, କେଶରୀ ଓ ସ୍ତୁତି)ରେ ଆଜିଠୁ ଖୋଲୁଛି। ଏଥିସହ ଆଇନକ୍ସ ମଲ୍ଟିପ୍ଲେକ୍ସ ବି ଖୋଲା ହେବ ବୋଲି ଜଣାପଡ଼ିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କରୋନା ନିର୍ଦେଶନାମାରେ ହଲ୍‌ରେ ସିନେମା ଦେଖିବେ ଦର୍ଶକ। ଏନେଇ ଉଭୟ ହଲ୍‌ ମାଲିକ, କର୍ମଚାରୀ ଏବଂ ସାଧାରଣ ଦର୍ଶକ ବେଶ ଉତ୍ସୁକ ଥିବା ଜଣାପଡ଼ିଛି। ଇଂରାଜୀ ଚଳଚ୍ଚିତ୍ର ‘ୱଣ୍ଡର ୱିମେନ-୧୯୯୪’ରୁ ଶୁଭାରମ୍ଭ ହେବ। ଅନଲାଇନରେ ଟିକଟ ବ୍ୟବସ୍ଥା ହୋଇଛି। ସମସ୍ତ ଦର୍ଶକଙ୍କ ନିମନ୍ତେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ସେ ବାବଦରେ ଅଧିକ ଦେଢ଼ରୁ ଦୁଇ ଲକ୍ଷ ଖର୍ଚ୍ଚ ହୋଇଛି। ହଲ୍‌ରେ ଅଟୋମେଟିକ ସାନିଟାଇଜର ମେସିନ ଲଗାଯାଇଛି। ସାମାଜିକ ଦୂରତା ପାଇଁ ଫାଟକ ସାମ୍ନାରେ ଗୋଲ୍‌ ବୁଲାଯାଇଛି। ଗୋଟିଏ ସିଟ୍‌ ବ୍ୟବଧାନରେ ଦର୍ଶକ ବସିବା ନେଇ ଯୋଜନା କରାଯାଇଛି। ଦିନକୁ ପୂର୍ବଭଳି ୪ଟି ଶୋ’ କରାଯିବ। ହଲ୍‌ ନିମନ୍ତେ କୋଭିଡ ସରଞ୍ଜାମ ପାଇଁ ଦେଢ଼ରୁ ଦୁଇ ଲକ୍ଷ ଅଧିକ ଖର୍ଚ୍ଚ ହେଉଥିବାବେଳେ ପ୍ରତି ଶୋ’ରେ ସାନିଟାଇଜ୍‌ ପାଇଁ ପ୍ରାୟ ୨ହଜାର ଖର୍ଚ୍ଚ ହେବ। ସିନେମା ଚାଲିବା ବା ନଚାଲିବା ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ ବୋଲି କେଶରୀ ହଲ୍‌ ମାଲିକ ରବୀନ୍ଦ୍ର ବାବୁ କହିଛନ୍ତି। ମହାରାଜା ହଲ୍‌ର ପରିଚାଳକ ଲିଙ୍ଗରାଜ ପଣ୍ଡା କହିଛନ୍ତି ଦୀର୍ଘ ଦିନ ବନ୍ଦ ପରେ ହଲ୍‌ ଖୋଲୁଛି। ପୂର୍ବ ଭଳି ଶୋ’ ହେବ, ଟିକଟ ମଧ୍ୟ ଅପରିବର୍ତ୍ତିତ ରହିବ।
ସେହିପରି ଆଇନକ୍ସ ମଲ୍ଟିପ୍ଲେକ୍ସ ବି ଖୋଲିବ। ପାତ୍ରପଡ଼ାସ୍ଥିତ ଡିଏନ୍‍ ରେଗାଲିଆ ମଲ୍‌ ଏବଂ ପାହାଳସ୍ଥିତ ସିମ୍ଫୋନୀ ମଲ୍‌ର ଆଇନକ୍ସ ଖୋଲିବ। ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରର ଭବାନୀ ମଲ୍‌ ଏବଂ କଟକର ଏସ୍‍ଜିବିଏଲ ସ୍କୋୟାର ମଲ୍‌ର ଆଇନକ୍ସ ଖୋଲିବ ବୋଲି ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories