ଜୋଧପୁର : ରାଜସ୍ଥାନର ଜୋଧପୁରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିବା ନେଇ ସୋମବାର ଖବର ମିଳିଛି। ଜୋଧପୁର ମିଲ୍କକମେନ କଲୋନୀ କ୍ଷେତ୍ରରେ ଥିବା ଏକ ଘରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଜଣ ନିଆଁରେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ପୁଲିସ ଗଟଣାସ୍ଥଳରେ ପହଞ୍ଚି ହେଁ ସେଠାରୁ କଙ୍କାଳ ଜବତ କରିଛି। ମୃତକଙ୍କ ମଧ୍ୟରେ ବୃଦ୍ଧ ଦମ୍ପତି ଓ ତାଙ୍କର ୨ ଝିଅ ଥିଲେ ବୋଲି ଜଣାପଡିଛି।
ଖବର ପାଇବାମାତ୍ରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚିଥିଲେ। ମାତ୍ର ପୁଲିସ ପହଞ୍ଚିବା ବେଳକୁ ନିଆଁରେ ସଭିଏଁ ପୋଡି ହୋଇ ସାରିଥିଲେ। ପୁଲିସ ଘର ଭିତରକୁ ପ୍ରବେଶ କରିବା ବେଳେ କେବଳ କଙ୍କାଳ ହିଁ ଜବତ କରିଥିଲା। ଏଯାଏଁ ଅଗ୍ନିକାଣ୍ଡ ନେଇ କୌଣସି ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିଳମ୍ବିତ ରାତିରେ ଲୋକେ ସେମାନଙ୍କ ଘରୁ ଧୂଆଁ ବାହାରୁ ଥିବାର ଦେଖିବା ମାତ୍ରେ ତୁରନ୍ତ ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଦୁଃଖଦ ଘଟଣା ; ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜୀବନ୍ତ ଦଗ୍ଧ
Popular Categories



