www.samajalive.in
Saturday, December 6, 2025
26.1 C
Bhubaneswar

ବଳଙ୍ଗା ପୀଡ଼ିତାଙ୍କ ୩ୟ ଅସ୍ତ୍ରୋପଚାର

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ବର୍ବରତାର ଶିକାର ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଚିକିତ୍ସାକୁ ତ୍ବରାନ୍ବିତ କରିଛି ଦିଲ୍ଲୀ ଏମ୍ସର ସ୍ବତନ୍ତ୍ର ଡାକ୍ତରୀଦଳ। ସୋମବାର ପୀଡ଼ିତାଙ୍କ ୩ୟ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ନିମନ୍ତେ ଆମେରିକାରୁ ଔଷଧ ଅଣାଯାଇଛି। ଅନ୍‌ଲାଇନ୍‌ ସଂସ୍ଥା ମାଧ୍ୟମରେ ୯ ଲକ୍ଷ ଟଙ୍କାର ଔଷଧ ଆସିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ଅନୁରୂପ ଭାବେ ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଥିବାରୁ ବୟାନ ରେକର୍ଡ ପାଇଁ ତଦନ୍ତକାରୀ ଦଳକୁ ଆଉ ଗୋଟେ ଦିନ ଅପେକ୍ଷା କରିବାକୁ ପଡ଼ିଛି। ଡାକ୍ତରୀ ଦଳଙ୍କ ଅନୁମତି ନେଇ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ପୁଣି ବୟାନ ରେକର୍ଡ କରାଯିବ। ଘଟଣାର ତଦନ୍ତ ଭାର ନେଇଥିବା ପୁରୀ ଏସ୍‌ଡିପିଓ (ମୁଖ୍ୟାଳୟ) ଓ ବଳଙ୍ଗା ଥାନା ଅଧିକାରୀ, ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରନ୍ତି। ଏହି ସମୟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାର ସମ୍ପୂର୍ଣ୍ଣ ଭିଡିଓ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ନେଇ କ୍ରାଇମବ୍ରାଞ୍ଚ ଦଳ ଓ ବଳଙ୍ଗା ଥାନାର ମହିଳା ଏସ୍‌ଆଇ ଫେରି ଆସିଛନ୍ତି।
ସେହିପରି ପୀଡ଼ିତାଙ୍କ ଘରକୁ ଜଗି ରହୁଛନ୍ତି ସୁରକ୍ଷାକର୍ମୀ। ବଳଙ୍ଗା ବାୟାବର ନୂଆଗୋପାଳପୁର ଗାଁ ପୀଡ଼ିତାଙ୍କ ଘର ସାମ୍‌ନାରେ ୨୪ ଘଣ୍ଟିଆ ପୁଲିସ ପ୍ରହରା ଦିଆଯାଇଛି। ତାଙ୍କ ଘରକୁ କିଏ ଆସିଲା ଓ ଗଲା ତାକୁ ନଜର ରଖିଛନ୍ତି ପୁଲିସ ଦଳ। ଏଥିସହ ଦିଲ୍ଲୀ‌େର ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ନିକଟରେ ତାଙ୍କ ବାପା ଓ ପିଉସୀ ରହିଛନ୍ତି। ସେମାନଙ୍କୁ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ପଚରାଉଚରା କରିଛି ତଦନ୍ତକାରୀ। ସେମାନେ ପୂର୍ବରୁ ଦେଇଥିବା ବୟାନ ଓ ଏବେ ଦେଇଥିବା ବୟାନକୁ ମେଳ କରୁଛି ପୁଲିସ। ସେପରି କ୍ରାଇମ୍‌ବ୍ରାଞ୍ଚ ଓ ବଳଙ୍ଗା ଥାନାର ୧୫ଜଣିଆ ଦଳ ତନାଘନା ଜାରି ରଖିବା ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉରା କରୁଛନ୍ତି। ଜଟଣୀରେ ଗୋଟିଏ ଦଳ ଡେରା ପକାଇବା ସହ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିଛି।
ଅନ୍ୟପକ୍ଷରେ ଆଉ କେତେ ଦିନ ପରେ ହଟିବ ବଳଙ୍ଗା ପୋଡ଼ି ଘଟଣାର ରହସ୍ୟ। ଦିନ ଗଡ଼ିବା ସହ ତଦନ୍ତରେ ନୂଆ ପ୍ରମାଣ ଯୋଡ଼ି ହେବା ସହ ସମସ୍ତେ ବୟାନ ବଦଳାଉଥିବାରୁ ତଦନ୍ତ ସରୁନି। ହତ୍ୟା ନା ଆତ୍ମାହୁତି ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ଘଟଣା ଆଉ କେଉଁ ନୂଆମୋଡ଼ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରଖିଛି। ସେପଟେ ତଦନ୍ତକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଅସନ୍ତୁଷ୍ଟ ହୋଇଥିବାବେଳେ ସବୁଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ତଦନ୍ତକାରୀ ଅଧିକାରୀ ସଫେଇ ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories