www.samajalive.in
Monday, December 8, 2025
13.1 C
Bhubaneswar

ଭାରତଠାରୁ ସହାୟତା ଆଶାରେ ରୁଷ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା କଟକଣା ଯୋଗୁଁ ବୋଇଂ ଏବଂ ଏୟାରବସ୍‍ ଆଦି କମ୍ପାନୀ ରୁଷକୁ ବିମାନ ଯନ୍ତ୍ରାଂଶ ଯୋଗାଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏବେ ଏ କ୍ଷେତ୍ରରେ ରୁଷ ଭାରତର ସହାୟତା ଲୋଡିଛି । ନିଜର ପୁରୁଣା ବନ୍ଧୁ ଭାରତ ତାକୁ ସହାୟତା କରିବ ବୋଲି ରୁଷ ଆଶା ପୋଷଣ କରିଛି।

ଚୀନ୍ ରୁଷର ବିମାନ ଚଳାଚଳ ସଂସ୍ଥାଗୁଡିକୁ ବିମାନ ଯନ୍ତ୍ରାଂଶ ଦେବାକୁ ମନା କରିଦେବା ପରେ ଏବେ ରୁଷ ଭାରତଠାରୁ ସହାୟତାର ଆଶା ରଖିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଲଗାଯାଇଥିବା କଟକଣା ପରିପ୍ରେକ୍ଷୀରେ ଚୀନ ଏଭଳି ନିଷ୍ପତ୍ତି ନେଇଛି ଏବଂ ଏହାଦ୍ୱାରା ରୁଷର ଯାତ୍ରୀବାହୀ ବିମାନ ସେବା ପ୍ରତି ବିପଦ ଦେଖାଦେଇଥିବା ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

- Advertisement -

ରୁଷର ଫେଡେରାଲ୍ ବିମାନ ସଂସ୍ଥାର ଜଣେ ଅଧିକାରୀ ଭାଲେରୀ କୁଡିନୋଭ କହିଛନ୍ତି ଯେ ଚୀନ୍ ମନା କରିବା ପରେ ରୁଷ ବର୍ତ୍ତମାନ ଭାରତ ଏବଂ ତୁର୍କୀ ଭଳି ଦେଶରୁ ସାହାଯ୍ୟ ଆଶା କରୁଛି।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories