www.samajalive.in
Saturday, December 6, 2025
23.1 C
Bhubaneswar

ନୂଆ ବିପଦ: ୭ ମାସରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ଏକ ନୂଆ ବିପଦ ସୃଷ୍ଟି ହୋଇଛି। ଏହି ବିପଦ ଆସିଛି ବାୟୋମେଡିକାଲ ୱେଷ୍ଟ ବା ମେଡିକାଲ ଆବର୍ଜନାରୁ। ଗତ ୭ ମାସରେ ପୂରା ଦେଶରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା ବାହାରିଛି। ସବୁଠୁ ଅଧିକ ଆବର୍ଜନା ଅକ୍ଟୋବର ମାସରେ ବାହାରିଥିଲା। ଏହି ମାସରେ ସର୍ବାଧିକ ୫୫୦୦ ଟନ୍‌ ଆବର୍ଜନା ବାହାରିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଆବର୍ଜନା କୁଆଡ଼େ ଯାଉଛି ? ଏଥିରୁ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି କି ? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

- Advertisement -

କୋଭିଡ-୧୯ ଯୋଗୁ ବାହାରିଥିବା ବାୟୋମେଡିକାଲ ଆବର୍ଜନା ଭିତରେ ପିପିଇ କିଟ୍‌, ମାସ୍କ, ଜୋତା କଭର୍‌, ହ୍ୟାଣ୍ଡ ଗ୍ଲୋଭ୍‌ସ, ସଂକ୍ରମିତ ରୋଗୀଙ୍କ ରକ୍ତ, ଶରୀରରୁ ନିର୍ଗତ ତରଳ ପଦାର୍ଥ, ବ୍ୟାଣ୍ଡେଜ୍‌ କନା, ତୁଳା ଇତ୍ୟାଦି। ଏହି ଆବର୍ଜନା ଯଦି ଖୋଲାରେ ପକାଯାଏ, ତେବେ କି ପ୍ରକାର ପରିସ୍ଥିତି ଉପୁଜିବ ତାହା କହିବା ମୁସ୍କିଲ।

ସିପିସିବି ଅନୁସାରେ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୫୩୬୭ ଟନ୍‌ ମେଡିକାଲ ଆବର୍ଜନା ବାହାରିଛି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୦ ଜୁନରୁ ବର୍ତ୍ତମାନ ସୁଦ୍ଧା ୩୨ ହଜାର ୯୯୪ ଟନ୍‌ କରୋନା ସମ୍ବନ୍ଧୀୟ ବାୟୋମେଡିକାଲ ଆବର୍ଜନା ବାହାରିଥିଲା। ଏସବୁ ଦେଶର ଅଲଗା ଅଲଗା ୧୯୮ ବାୟୋମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଫ୍ୟାସିଲିଟି (ସିବିଡବ୍ଲ୍ୟୁଟିଏଫ)ରେ ଜମା କରି ଟ୍ରିଟ୍‌ମେଣ୍ଟ କରାଯାଇ ନିଷ୍କାସିତ କରାଯାଇଛି।

ମହାରାଷ୍ଟ୍ର ପରେ ୨ୟ ସର୍ବାଧିକ ଆବର୍ଜନା କେରଳରୁ ବାହାରିଛି। ଏଠାରୁ  ୩୩୦୦ ଟନ୍‌ ଆବର୍ଜନା ବାହାରିଥିବାବେଳେ ଗୁଜରାଟରୁ ୨୯୦୬ ଟନ, ତାମିଲନାଡୁରୁ ୨୫୦୨ ଟନ, ଦିଲ୍ଲୀରୁ ୨୪୭୧ ଟନ, ପଶ୍ଚିମବଙ୍ଗରୁ ୨୦୯୬ ଟନ ଏବଂ କର୍ଣ୍ଣାଟକରୁ ୨୦୨୬ ଟନ୍‌ କୋଭିଡ-୧୯ ଆବର୍ଜନା ବାହାରିଛି।

ତେବେ ଅକ୍ଟୋବରରେ ସବୁଠୁ ଅଧିକ ୫୫୦୦ ଟନ୍‌ ଆବର୍ଜନା ବାହାରିଥିବାବେଳେ ଡିସେମ୍ବରରେ ୪୫୩୦ ଟନ ଏବଂ ନଭେମ୍ବରରେ ୪୮୬୪ ଟନ ଆବର୍ଜନା ବାହାରିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories