www.samajalive.in
Sunday, December 7, 2025
26.1 C
Bhubaneswar

ମଦ ପିଇ ୩ ଜିଲାରେ ୩୧ ମୃତ; ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦେଶ

ପଞ୍ଜାବର ଅମୃତସର, ବଟାଲା ଓ ତରନତାରନ ଜିଲାରେ ମଦ ପିଇ ୩୧ ଜଣ ମୃତ୍ୟୁବରଣ କରିଛନ୍ତି । ମଦ ବିଷାକ୍ତ ହେଇଥିବା କାରଣରୁ ଏହି ଲୋକମାନେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏହି ଘଟଣାର ଯାଞ୍ଚ ନିମନ୍ତେ ଜଳନ୍ଧରସ୍ଥିତ ଅବକାରୀ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି । ଅମୃତସରରେ ୧୧ ଜଣ, ବଟାଲାରେ ୭ ଓ ତରନତାରନରେ ୧୩ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ଘଟଣା କେବଳ ମଦ୍ୟପାନ ଜନିତ ନାଁ ଏହା ପଛରେ ଆଉ କିଛି ରହସ୍ୟ ଅଛି ତାହାର ମଧ୍ୟ ଅନୁସନ୍ଧାନ କରାଯିବ । ଏହି ମାମଲାରେ ଯୁଗ୍ମ ଅବକାରୀ କମିଶନର ଓ ପୁଲିସ ଅଧୀକ୍ଷକ ମିଳିତ ଭାବରେ ଯାଞ୍ଚ କରିବେ ।

- Advertisement -

ପୁଲିସ ମହାନିର୍ଦେଶକ ଦୀନକର ଗୁପ୍ତାଙ୍କ ସୂଚନା ଅନୁସାରେ ପ୍ରଥମେ ଅମୃତସର ଗ୍ରାମାଞ୍ଚଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ମୁଚ୍ଛଲ ଓ ତଙ୍ଗରା ଗାଁରେ ଏହି ଘଟଣା ଘଟିଥିଲା । ୩୦ ଜୁଲାଇ ସନ୍ଧ୍ୟାରେ ମୁଚ୍ଛଲରେ ୨ ଜଣ ସନ୍ଦେହଜନକ ଭାବରେ ମୃତ୍ୟୁବରଣ କରିଥିଲେ ।  ଏହା ପରେ ମୁଚ୍ଛଲରେ ପୁଣି ୨ ଜଣ, ବଟାଲା ସହର​‌ରେ କଥିତ ବିଷାକ୍ତ ମଦ ପିଇ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ବଟାଲାରେ ଆଉ ୫ ଜଣ ମୃତ୍ୟୁବରଣ କରିବା ପରେ ସହରରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଆଉ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories