ଜାମ୍ମୁ-କାଶ୍ମୀର: ସୋପିଆନରେ ବଡ଼ ଧରଣର ଅଘଟଣ ଘଟିଛି । ଯବାନ ମାନଙ୍କ ଏକ ଗାଡ଼ିରେ ବିସ୍ଫୋରଣ ହେବା କାରଣରୁ ୩ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ିରେ କିପରି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ, କେଉଁ କାରଣରୁ ଏପରି ଘଟିଲା ତାହାର ତଦନ୍ତ ଚାଲିଛି । ଯବାନଙ୍କ ଗାଡ଼ରେ କେହି ବୋମା ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ନା ଗାଡ଼ିର ବ୍ୟାଟେରିରେ ତ୍ରୁଟି ଯୋଗୁ ଏପରି ଘଟଣା ଘଟିଛି ତାକୁ ନେଇ ତଦନ୍ତ କରୁଛି ପୁଲିସ । ଅନ୍ୟପଟେ ଆହତ ୩ଜଣ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବା ଜଣାପଡ଼ିଛି ।
Popular Categories



