www.samajalive.in
Monday, December 8, 2025
24.1 C
Bhubaneswar

୨୦୬୭.୫ କୋଟି ଟଙ୍କାର ବ୍ୟୟ ଅଟକଳରେ ଆଜି ଏନ୍‍ଏଚ୍‍ଏଆଇ ତିନୋଟି ପ୍ରକଳ୍ପର ଭୂମିପୂଜନ

ଭୁବନେଶ୍ୱର : ଜାତୀୟ ରାଜପଥ ପ୍ରାଧିକରଣ ଅଧୀନରେ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତିନୋଟି ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଟିତ ହେବାକୁ ଯାଉଛି। ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଖଣ୍ଡଗିରି ଛକଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ତିନୋଟି ପ୍ରକଳ୍ପ ହେଉଛି ପୁରୁଣା ୫ ନମ୍ବର ଏବଂ ବର୍ତ୍ତମାନର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ବାଲେଶ୍ୱର ରାସ୍ତାର ଛଅଲେନ୍‍ କାର୍ଯ୍ୟ, ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ରାସ୍ତାର ଛଅ ଲେନ୍‍ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱର ଚଣ୍ଡିଖୋଲ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଏବଂ ବଡ଼ଚଣାଠାରେ ରାସ୍ତା ତଳ ଗାଡ଼ି ଚଳାଚଳ ନିମିତ୍ତ ଅଣ୍ଡପାସ୍‍ ରାସ୍ତାର ନିର୍ମାଣ କାର୍ଯ୍ୟ। ଏହି ସମସ୍ତ କାର୍ଯ୍ୟ ପାଇଁ ମୋଟ୍‍ ଦୁଇ ହଜାର ୬୭କୋଟି ପାଞ୍ଚଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମୋଟ୍‍ ୧୨୦ କିଲୋମିଟରର ଏହି ରାସ୍ତା ନିର୍ମାଣ କରାଯିବ। କେନ୍ଦ୍ର ପେଟ୍ରୋଲିୟମ୍‍, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ବୁଧବାର ଭୁବନେଶ୍ୱରଠାରେ ଏ ସମ୍ପର୍କରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହା ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡିଗିରି ଛକଠାରେ ଓଭରବ୍ରିଜ୍‍ କାମ ୨୦୧୯ ମସିହା ନଭେମ୍ବର ସୁଦ୍ଧା ଶେଷ କରାଯିବା ଲକ୍ଷ୍ୟ ରଖାଯାଇଛି। ନିର୍ଦ୍ଦିଷ୍ଟ ସମୟସୀମାରେ କାର୍ଯ୍ୟ ଶେଷ କରିବା ପାଇଁ ଏନ୍‍ଏଚ୍‍ଏଆଇ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories