www.samajalive.in
Friday, December 12, 2025
27.1 C
Bhubaneswar

ରାଜ୍ୟବାସୀଙ୍କୁ ଆଶ୍ବସ୍ତି; ୩ ମାସ କୋହଳ ହେଲା ନୂଆ ମୋଟର ଯାନ ଆଇନ

ଭୁବନେଶ୍ୱର: ସଂଶୋଧିତ ମୋଟର ଯାନ ଆଇନ ଯୋଗୁଁ ନାହିଁ ନଥିବା ଅସୁବିଧାର ଶିକାର ହୋଇଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ଗତ ୩ ଦିନ ହେବ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅତ୍ୟାଧିକ ପରିମାଣର ଜରିମାନାକୁ କେନ୍ଦ୍ର କରି ପୁଲିସ ଏବଂ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩ ମାସ ଯାଏଁ ଏହି ନିୟମାବଳୀକୁ କୋହଳ କରି ଦେଇଛନ୍ତି । ଅତ୍ୟାଧିକ ଜରିମାନା ବ୍ୟବସ୍ଥାକୁ କେନ୍ଦ୍ର କରି ରାଜ୍ୟ ସରକାର ମୋଟର ଯାନ ନିୟମାବଳୀରେ ସଂଶୋଧନ ପୂର୍ବକ ଜରିମାନା ରାଶି କମ୍‌ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବିଚାର କରୁଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ବିଜେଡିର ବରିଷ୍ଠ ନେତା ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାର ଜନ ସାଧାରଣଙ୍କ ମତାମତ ଅନୁଯାୟୀ ମୋଟର ଯାନ ନିୟମାବଳୀରେ ସଂଶୋଧନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ । ଅନ୍ୟ ପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଜରିମାନା ରାଶି କମ୍ କରିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories