www.samajalive.in
Friday, December 5, 2025
20.1 C
Bhubaneswar

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ, ଗଡ଼଼ିଲା ୩ ମୁଣ୍ଡ

ଗଞ୍ଜାମ: ଖାରିପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ ଏବଂ ଏହି ଗୋଷ୍ଠୀ ସଂଘର୍ଷରେ ୩ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରେ ବାପା ଓ ପୁଅ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲାର ଖାରିପଲ୍ଲୀ ଗାଁ ରକ୍ତରଞ୍ଜିତ ହୋଇଛି। ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘଷ ଯୋଗୁଁଁ ୩ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଗୋଷ୍ଠୀର ଲୋକେ ୨ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ୨ଜଣ ବାପା ଓ ପୁଅ ବୋଲି ସୂଚନା ମିଳିଛି। ବେହେରା ଓ ରତ୍ନାକର ବେହେରାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ଏହି ଗୋଷ୍ଠୀ ସଂଘର୍ଷରେ ଅନ୍ୟଗୋଷ୍ଠୀର ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତକ ରମେଶ ବେହେରା ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ପୁଲିସ ୧୦ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ୩ ବର୍ଷ ତଳୁ ଗୁଣିଗାରେଡ଼ିକୁ ନେଇ ବିବାଦ ଲାଗିି ରହିଥିଲା। ଗୁଣିଗାରେଡିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଖାରିପଲ୍ଲୀ ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories