ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେସନ ନିକଟରେ ବାପା, ଝିଅ ଓ ପୁଅ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଅ-ଝିଅଙ୍କ ଶରୀର ରେଳ ଧାରଣାରେ କଟି ଯାଇଥିବା ବେଳେ ଆଘାତ ପ୍ରାପ୍ତ ଅବସ୍ଥାରେ ବାପାର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳକୁ ଯାଇଛି। ତେବେ ମାଲ୍ ଗାଡ଼ି କିମ୍ବା ଯାତ୍ରୀ ବାହୀ ଟ୍ରେନରେ ଏହି ଘଟଣା ଘଟିଛି। ତେବେ ଏହା ରେଳଧାରଣା ପାରି ହେବା ସମୟରେ ଅସାବଧାନତା ଯୋଗୁ ଘଟିଛି କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ମୃତକମାନେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ହୋଇଥିଲା ବେଳେ କିଛି ବର୍ଷ ହେଲା ପଡୋଶୀ ଟିକିରି ଥାନା ଅଞ୍ଚଳର ପୋଡାପଦର ଗ୍ରାମରେ ରହି ବେପାର କରୁଥିଲେ ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି।
Popular Categories



