www.samajalive.in
Saturday, December 6, 2025
19.1 C
Bhubaneswar

୩ କୋଟିର ଟିକସ ଠକେଇ: ଏ.ଆର ରହମାନଙ୍କୁ ନୋଟିସ୍‌

ମୁମ୍ବଇ : ମାଡ୍ରାସ ହାଇକୋର୍ଟ ଓସ୍କାର ପୁରସ୍କାର ବିଜେତା ତଥା ପ୍ରତିଷ୍ଠିତ ମ୍ୟୁଜିକ୍ କମ୍ପୋଜର୍‌ ଏ.ଆର ରହମାନ୍‌ଙ୍କୁ ‌ନୋଟିସ ଜାରିକରି ଆୟକର ସଂକ୍ରାନ୍ତ ଏକ ମାମଲାରେ ସ୍ପଷ୍ଟୀକରଣ ମାଗିଛନ୍ତି। ଏଆର ରହମାନଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ ନିଜର ଚାରିଟେବୁଲ ଟ୍ରଷ୍ଟ ଏଆର ରହମାନ୍ ଫାଉଣ୍ଡେସନ୍ ଜରିଆରେ ୩ କୋଟିରୁ  ଅଧିକ ଆୟ କରିଥିଲେ। ଆୟକର ବିଭାଗର ଜଣେ ବରିଷ୍ଠ ଓକିଲଙ୍କ କହିବାନୁସାରେ, ଏଆର ରହମାନ୍‌ ୨୦୧୧-୧୨ରେ ଇଂଲଣ୍ଡର ଲିବ୍ରା ମୋବାଇଲ୍‌ ସହ ଏକ କଲ୍‌ର ଟ୍ୟୁନ୍ ପ୍ରସ୍ତୁତ ପାଇଁ ଚୁକ୍ତି କରିଥିଲେ। ଏଥିପାଇଁ କମ୍ପାନି ତାଙ୍କୁ ୩.୪୭ କୋଟି ଦେଇଥିଲା। ଏହି ଚୁକ୍ତିରେ ରହମାନ କମ୍ପାନୀକୁ କହିଥିଲେ ଯେ ଉକ୍ତ ଅର୍ଥକୁ ସିଧା ତାଙ୍କ ଚାରିଟେବୁଲ ଫାଉଣ୍ଡେସନ୍ ନାଁରେ ଟ୍ରାନ୍ସଫର କରାଯାଉ।

ରହମାନଙ୍କ ବିରୋଧରେ ରୁଜୁ ଆବେଦନରେ ଆୟକର ପରାମର୍ଶଦାତା କହିଛନ୍ତି, ଯେଉଁ ଆୟ ଉପରେ ଟିକସ ରହିଛି ତାହାକୁ ନିଶ୍ଚିତ ରୂପେ ରହମାନଙ୍କୁ ଦେବାକୁ ହେବ। ଟିକସ କାଟ ପରେ ଏହି ରାଶିକୁ ସେ ଟ୍ରଷ୍ଟକୁ ଦେଇପାରିଥାଆନ୍ତେ; ମାତ୍ର ଏଭଳି ନ କରିବା ଟିକସ ଠକେଇ। ତେବେ ଏହି ପ୍ରସଙ୍ଗରେ ରହମାନ୍‌ଙ୍କ କୌଣସି ପ୍ରତିକ୍ରିୟା ଆସିନି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories