www.samajalive.in
Sunday, December 14, 2025
26.1 C
Bhubaneswar

ଥାନା ଗାଡ଼ିରେ ଥାନାଧିକାରୀଙ୍କ ୩ ଦିନ – ୫ ଜିଲ୍ଲାରୁ ୫ ଡକାୟତ ଗିରଫ, ୪ ଶହ ଗ୍ରାମ ସୁନା ଉଦ୍ଧାର

ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ୫ ଡ଼କାୟତଙ୍କୁ ଗିରଫ କରିବା ସହ ୪୦୦ ଗ୍ରାମ ସୁନା ଜବତ କରିଛନ୍ତି। ଗତ ୫ ତାରିଖରେ କେନ୍ଦୁଝର ଆନ୍ଦପୁର ଜିଲ୍ଲାର ଜଣେ ଗହଣା ଦୋକାନୀ ୧ କିଲୋ ୧ ଶହ ଗ୍ରାମ ସୁନା ନେଇ ବଲେଶ୍ୱର ଆସିଥିଲେ ଏବଂ ବାଲେଶ୍ବର ଗହଣା ଦୋକାନୀଗୁଡ଼ିକୁ ୪୦୦ ଗ୍ରାମ ସୁନା ଦେଇ ଫେରୁଥିଲେ। ଫେରିବା ବାଟରେ ୧୬ନଂ ଜାତୀୟ ରାଜପଥ ବିଦୁଠାରେ ୨ଟି ପଲସରରେ ୬ ଜଣ ଡକାୟତ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ୬୦୦ ଗ୍ରାମ ସୁନା ଲୁଟି ନେଇଥିଲେ।

ସେହି ଘଟଣାରେ ପୁଲିସ ପ୍ରଥମେ ବାଲେଶ୍ୱରର ଏକ ସୁନା ଗହଣା ଦୋକାନରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ଯାଞ୍ଚ କରିବା ଆରମ୍ଭ କରିଥିଲେ। ପରେ ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ପୁଲିସ ଆରମ୍ଭ କରିଥିଲା ଡ଼କାୟତ ଧରିବାର ଯୋଜନା। ସୋର ଥାନା ଆଇଆଇସି ମଧୁସ୍ମିତା ମହାନ୍ତି, ଏଏସଆଇ ପ୍ରଦୀପ ମହାନ୍ତି ଓ ଏଏସଆଇ ପ୍ରତାପ କାଲୁ ୩ ଜଣିଆ ଟିମ ଗଠନ କରି ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମୟୁରଭଞ୍ଜ ଜିଲ୍ଲାରେ ଚଢାଉ କରିଥିଲା। ଆଇଆଇସି ସାଦା ପୋଷାକରେ ରାତି ଓ ଦିନ ପୁଲିସ ଜିପରେ କାଟିଥିଲେ। ପ୍ରଥମେ ଡ଼କାୟତଙ୍କୁ ଧରିବା ପାଇଁ ରେମୁଣା ମନ୍ଦାର ଗ୍ରାମ ଓ ନିଆପୁର ଗ୍ରାମରୁ ୮୦ ଗ୍ରାମ ସୁନା ଉଦ୍ଧାର କରିଥିଲେ। ପରେ ୩ ଜଣ ମୁଖ୍ୟ ଡକାୟତଙ୍କୁ ଧରିବା ପାଇଁ ପୁଲିସ ଯୋଜନା ଆରମ୍ଭ କରିଥିଲା।

- Advertisement -

ମୋବାଇଲ ଟ୍ରାକିଂ ଜରିଆରେ ଯେ ଭଦ୍ରକ ଜିଲ୍ଲା ଧାମନଗରରେ ଡ଼କାୟତମାନେ ରହିଥିବାର ଜଣାପଡିବା ପରେ ଡ଼କାୟତମାନେ ଚମ୍ପଟ ମାରିଥିଲେ ଏବଂ ରାଜକନିକାରେ ପହଞ୍ଚିଥିଲେ। ସେଠାରୁ ସେମାନେ ଭଦ୍ରକ, ଚଣ୍ଡିଖୋଲ, ନବରଙ୍ଗପୁର ଏହିଭଳି ୩ ଦିନ ଲଗାତାର ଆଇଆଇସି ଏବଂ ଟିମ ଚଢ଼ାଉ କରିଥିଲେ ମଧ୍ୟ ଡ଼କାୟତମାନେ ଧରା ଦେଉନଥିଲେ ତେବେ ପରେ ପୁଲିସ ଟ୍ରାକିଂ ଜରିଆରେ ୩ ଜଣ ଡ଼କାୟତ ଜିତେନ୍ଦ୍ର ମହାପାତ୍ର, ରତିକାନ୍ତ ଦାସ, ରମାକାନ୍ତ ଦାସ, ଚିନ୍ମୟୀ ଦାସ ଓ ମୁଖ୍ଯ ଅଭିଯୁକ୍ତ ସାନ୍ତନୁ ଦାସକୁ ଧରିବାକୁ ସକ୍ଷମ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ ଜଣକ ଇଂଜିନିୟରିଂ ଛାତ୍ର ଜଣାପଡିଛି। ପରେ ପୁଲିସ ଟ୍ରାକିଂ କରି ୩୨୦ ଗ୍ରାମ ସୁନା ଜବତ କରିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories