www.samajalive.in
Saturday, December 6, 2025
16.1 C
Bhubaneswar

ତିନି ମଦ୍ୟପ ଚାଳକ ଗିରଫ

ପାଟଣା : ଘଟଗାଁ ୨୦ ନମ୍ବର ଜାତୀୟ ରାଜପଥ ଖଣ୍ଟଘର ଟୋଲଗେଟ୍ ନିକଟରେ ଶୁକ୍ରବାର ଯାନବାହନ ଯାଞ୍ଚ ସମୟରେ ୩ ଜଣ ମଦ୍ୟପ ଚାଳକଙ୍କୁ ପୁଲିସ ଗିରଫ କରିଛି । ଗିରଫ ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବା ସହ ଟ୍ରକ ଗୁଡିକୁ ମଧ୍ୟ ଜବତ କରିଛି । ଗିରଫ ଟ୍ରକ ଚାଳକ ହେଲେ କଟକ ବଡମ୍ବା ଅଞ୍ଚଳର ପ୍ରକାଶ ପାତ୍ର (୩୯), କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡାଳପକାର କମଳାକାନ୍ତ ମହାନ୍ତ (୩୪) ଓ ସାହାରପଡା ନିକଟ ଆହାରପଡାର ରୁଦ୍ରନାରାୟଣ ମହାନ୍ତ (୩୬) । ଘଟଗାଁ ଥାନାଧିକାରିଣୀ ବନ୍ଦନା ପାତ୍ର, ସବ୍ଇନ୍ସପେକ୍ଟର ସୁରେଶ ବାରିକ, ଏଏସଆଇ ସହଦେବ ସାହୁ, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ପ୍ରମୁଖ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏହି ତିନି ଜଣ ମଦ୍ୟପ ଚାଳକ ପୁଲିସ ହାତରେ ଧରାପଡିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories