www.samajalive.in
Saturday, December 6, 2025
26.1 C
Bhubaneswar

ଚଣ୍ଡିଗଡ଼-କୋଚୁଭାଲ୍ଲୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶୁକ୍ରବାର ଚଣ୍ଡିଗଡ଼-କୋଚୁଭାଲ୍ଲୀ ଏକ୍ସପ୍ରେସର ଇଂଜିନ (ଜେନେରଟର ଥିବା ପାୱାର କାର)ରେ ନିଆଁ ଲାଗିଯାଇଛି। ଏହାକୁ ନେଇ ସେଠାରେ ଧାଁ-ଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା। ରେଳଟି ପ୍ଲାଟଫର୍ମ ନମ୍ବର ୮ରୁ ପ୍ରସ୍ଥାନ କରୁଥିବା ସମୟରେ ଇଂଜିନରେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣରେ ଟ୍ରେନ ନମ୍ବର ୨୨୧୮ ଚଣ୍ଡିଗଡ଼-କୋଚୁଭାଲ୍ଲୀ ଏକ୍ସପ୍ରେସ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୮ରୁ ପ୍ରସ୍ତାନ ହେବାକୁ ଥିବାବେଳେ ତାର ପଛପଟ ଜେନେରେଟର କାରରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ରେଳରୁ ଓହ୍ଲାଇପଡିଥିଲେ। ହୋହଲ୍ଲା ମଧ୍ୟରେ ଧାଁ-ଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ୧୨ଟି ଦମକଳ ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories