ମାତ୍ର ୪ ଭିଭିଆଇପିଙ୍କ ପାଇଁ ୩୦୦୦ ଏସପିଜି କମାଣ୍ଡୋ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ପରେ ଏବେ ଦେଶର ମାତ୍ର ୪ଜଣ ଭିଭିଆଇପିଙ୍କ ପାଇଁ ଏହି ସୁରକ୍ଷା ବ୍ୟବସ୍ଥା ରହିଛି। ଏହି ୪ ଭିଭିପିଆଇ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର କାର୍ଯ୍ୟକାରୀ ଅଧକ୍ଷ ସୋନିଆ ଗାନ୍ଧୀ, ତାଙ୍କ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କା।

prayash

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ଭାବେ ସୋନିଆ, ରାହୁଲ ଓ ପ୍ରିୟଙ୍କା ପ୍ରତି ରହିଥିବା ବିପଦକୁ ଆଧାର କରି ସେମାନଙ୍କୁ ଏସପିଜି ସୁରକ୍ଷା ଦିଆଯାଇଛି। ଏହି ୪ ଭିଭିଆଇପିଙ୍କ ସୁରକ୍ଷା ପାଇଁ ୩୦୦୦ ଏସପିଜି କମାଣ୍ଡୋ ନିଯୁକ୍ତ ଅଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଏସପିଜି ବ୍ୟବସ୍ଥାରେ ଭିଭିଆଇପିଙ୍କୁ ତ୍ରୁଟିଶୂନ୍ୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ଏଥିପାଇଁ ଏସପିଜି ଗୁଇନ୍ଦା ବ୍ୟୁରୋ ଓ ରାଜ୍ୟ ପୁଲିସ ଠାରୁ ତଥ୍ୟ ସଂଗ୍ରହ କରି ଆବଶ୍ୟମ ସୁରକ୍ଷା ବ୍ୟବସ୍ଥା କରିଥାଏ। ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରୁ ଯବାନମାନଙ୍କୁ ଡେପୁଟେସନରେ ଅଣାଯାଇଛି ଏସପିଜି କମାଣ୍ଡୋ ନିଯୁକ୍ତି ଦିଆଯାଇଥାଏ। ଏଥିପାଇଁ କମାଣ୍ଡୋମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ସହିତ ଅତ୍ୟାଧୁନିକ ଅସ୍ତ୍ର ଓ ସୁରକ୍ଷାକବଚ ଦିଆଯାଇଥାଏ।

kalyan agarbati

Comments are closed.