www.samajalive.in
Monday, December 8, 2025
13.1 C
Bhubaneswar

ଇଲେକଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରରେ ଦ୍ୱିତୀୟ ଓପନ ଚାଲେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାର ଭୁବନେଶ୍ୱରରେ ଇଏସଡିଏମ କ୍ଷେତ୍ରରେ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶ, ନବୋନ୍ମେଷ, ଉତ୍ପାଦ ବିକାଶକୁ ଉତ୍ସାହିତ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ଏସଟିପିଆଇ ଦ୍ୱାରା ଇଏସଡିଏମ ସର୍ଜନା ପାଇଁ ଏକ ଔଦ୍ୟୋଗିକି କେନ୍ଦ୍ର (ସିଓଇ) ଭାବରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ, ଭୁବନେଶ୍ୱର ସ୍ଥାପନ କରାଯାଇଛି।
ଇଲେକଟ୍ରୋପ୍ରିନ୍ୟୋର ପାର୍କ-ଭୁବନେଶ୍ୱରର ଦ୍ୱିତୀୟ ଓପନ ଚାଲେଞ୍ଜ କାର୍ଯ୍ୟକ୍ରମ ଏସଟିପିଆଇର ମହାନିର୍ଦ୍ଦେଶକ ଡଃ ଓମକାର ରାୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର, ସାଇବର ମିଡିଆର ସିଏମ୍‍ଡି ତଥା ମୁଖ୍ୟ ମାର୍ଗଦର୍ଶକ ପ୍ରଦୀପ ଗୁପ୍ତା, ଏସଟିପିଆଇ-ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା, ଏସଟିପିଆଇ ନୂଆଦିଲ୍ଲୀର ନିର୍ଦ୍ଦେଶକ ସୁବୋଧ ସାଚାନ, ଟେକ୍ସାସ ଇନଷ୍ଟ୍ରୁମେଣ୍ଟସର ଡାଇରେକ୍ଟର ତଥା ଆଇଇଏସଏର ଚେୟାରମ୍ୟାନ ରାଜୀବ ଖୁସୁ, ଇନଟେଲ କର୍ପୋରେସନର ଭାଇସ ପ୍ରେସିଡେଣ୍ଟ ଓ ଜିଏମ୍‍ ସମ୍ବିତ ସାହୁ, ଇଲେକଟ୍ରୋପ୍ରିନ୍ୟୋର ପାର୍କ ନୂଆଦିଲ୍ଲୀର ସିଇଓ ସଞ୍ଜୀବ ଚୋପ୍ରା, ଇଲେକଟ୍ରୋପ୍ରିନ୍ୟୋର ପାର୍କ ଭୁବନେଶ୍ୱରର ସିଓଓ ଲୋପା ମିଶ୍ର ଜାନା ଉପସ୍ଥିତ ଥିଲେ।
ସିଓଇର ପ୍ରାକ୍‍ ଇନକ୍ୟୁବେସନ ଏବଂ ଇନକ୍ୟୁବେସନ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପଗୁଡିକର ମନୋନୟନ ଏବଂ ସେଗୁଡିକୁ ସ୍ଥାନିତ କରିବା ସକାଶେ ଦ୍ୱିତୀୟ ଓପନ ଚାଲେଞ୍ଜ କାର୍ଯ୍ୟକ୍ରମ (ଓସିପି ୨.୦) ଆରମ୍ଭ କରାଯାଇଥିଲା। ଓପନ ଚାଲେଞ୍ଜ କାର୍ଯ୍ୟକ୍ରମ (ଓସିପି) ଏକ ପ୍ଲାଟଫର୍ମ ଯେଉଁଠାରେ ଇଏସଡିଏମ୍‍ କ୍ଷେତ୍ରରେ ଉଦ୍ୟୋଗୀ, ନବୋନ୍ମେଷକାରୀ ଏବଂ ଷ୍ଟାର୍ଟଅପଗୁଡିକୁ ଚିହ୍ନଟ କରିବା ତଥା ମନୋନୀତ କରିବାକୁ ଆବେଦନପତ୍ର ଆହ୍ୱାନ କରାଯାଇଥାଏ।
ଇଲେକଟ୍ରୋପ୍ରିନ୍ୟୋର ପାର୍କ-ଭୁବନେଶ୍ୱର ମନୋନୀତ ଷ୍ଟାର୍ଟଅପଗୁଡିକୁ ସର୍ବାଧୁନିକ ଇନକ୍ୟୁବେସନ ଏବଂ ପ୍ରାକ୍‍ ଇନକ୍ୟୁବେସନ କାର୍ଯ୍ୟକ୍ରମର ଅଂଶବିଶେଷ ହେବା ଏବଂ କୌଶଳାତ୍ମକ ନେଟୱର୍କିଂ, ମୂଳଧନ ପାଣ୍ଠି ଯୋଗାଣ, ମାର୍ଗଦର୍ଶନ, ତାଲିମ, ବିକ୍ରିବଟା, ସତ୍ୱାଧିକାର ହାସଲ ଆଦି କ୍ଷେତ୍ରରେ ସମର୍ଥନ, ସିଓଇ ପ୍ରୟୋଗଶାଳା ବ୍ୟବହାର ସୁଯୋଗ, ସଫ୍ଟୱେର ଏବଂ ସାଧନ ଆଦି ଯୋଗାଇଦେଇ ସେମାନଙ୍କ ସଫଳତା ସାଉଁଟିଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories