www.samajalive.in
Wednesday, November 19, 2025
29.1 C
Bhubaneswar

ଦେବଗଡ଼ରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ

ଦେବଗଡ଼: ଗତ ଏପ୍ରିଲ ୨୯ ତାରିଖରେ ଦେବଗଡ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ତିଲେଇବଣି ବ୍ଲକ ଅନ୍ତର୍ଗଥ ପ୍ରଭାଶୁଣୀ ଗ୍ରାମରେ ୨ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରନ୍ତ ଯୁବକଙ୍କ ଘର ପ୍ରଭାଶୁଣି ଗ୍ରାମରେ ଓ ତାଙ୍କ ବୟସ ୨୪ ବର୍ଷ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେ ଗୁଜରାଟର ଅହମ୍ମଦାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୨ ତାରିଖ ଦିନ ପ୍ରଶାସନ ସହାୟତାରେ ବସ ଯୋଗେ ତିଲେଇବଣି ଫେରିଥିଲେ। ସେହିଦିନଠାରୁ ତାଙ୍କୁ ତିଲେଇବଣି ବ୍ଲକ ସଦର ମହକୁମାସ୍ଥିତ ଆଦର୍ଶ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ କ୍ବାରେଣ୍ଟାଇନରେ ଥିଲେ। ତାଙ୍କ ସ୍ୱାବ ନମୁନା ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଦେବଗଡସ୍ଥିତ କୋଭିଡ ହସପିଟାଲକୁ ଆଣାଯିବା ସହ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲାସ୍ଥିତ ହାଇଟେକ୍‌ ମେଡିକାଲକୁ ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories