www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଗୀଙ୍କୁ ହତ୍ୟା ଧମକ, ୨୪ ବର୍ଷୀୟା ଯୁବତୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି ପୁଲିସ। ଯୁବତୀ ଜଣକ ଜଣେ ଆଇଟି ସ୍ନାତକ ଛାତ୍ରୀ ବୋଲି ଜଣାପଡ଼ିଛି। ଥାଣେ ଜିଲାର ଉଲ୍ଲାସନଗରରେ ଯୁବତୀ ଜଣକ ସପରିବାର ରହୁଥିଲେ।

ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୁଲିସକୁ ହ୍ବାଟ୍ସଆପ ଜରିଆରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ସେଥିରେ ଉଲ୍ଲେଖ ଥିଲା ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକୀଙ୍କ ଭଳି ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହା ପରେ ମୁମ୍ବାଇର ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ୍‌(ଏଟିଏସ) ଏବଂ ଉଲ୍ଲାସନଗର ପୁଲିସ ଏହାର ତଦନ୍ତ କରି ଉକ୍ତ ଯୁବତୀଙ୍କୁ ଗିରଫ କରିଛନ୍ତି। ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯୋଗୀ ମହାରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ପୁଲିସ ସତର୍କ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories