www.samajalive.in
Saturday, December 13, 2025
17.1 C
Bhubaneswar

୨୪ କ୍ୟାରେଟ୍ ସୁନା ମିଠାର ସୁଆଦ

ଭାରତର ଯେ କୌଣସି ପ୍ରାନ୍ତକୁ ଯିବେ, ସେଠାକାର ମିଠା ବ୍ୟଞ୍ଜନର ବିଶେଷ ସ୍ବାଦ ନିଶ୍ଚୟ ମିଳେ। ଦିଲ୍ଲୀ, ମୁମ୍ବଇରେ ଅନେକ ଦୋକାନ ଅଛି, ଯେଉଁଗୁଡ଼ିକ ଇତିମଧ୍ୟରେ ୧୦୦ ବର୍ଷ ପୂର୍ତ୍ତି କରିସାରିଲେଣି। ଗୁଜରାଟ୍‌ରେ ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ସହ ସେଠାକାର ସ୍ଥାନୀୟ ମିଠା ପୂରା ଭାରତରେ ଆଦର ଲାଭ କରିଛି। ଗୁଜରାଟ୍‌ର ସୁରତ୍‌ସ୍ଥିତ ‘୨୪ କ୍ୟାରେଟ୍ ମ୍ୟାଜିକ୍’ ମିଠା ଦୋକାନରେ ମିଳୁଥିବା ସୁନା ପରସ୍ତ ମିଠା ବାବଦରେ ସ୍ଥାନୀୟ ଲୋକ ବେଶ୍ ଭଲଭାବେ ଅବଗତ। ୮୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଦୋକାନକୁ ପରିବାରର ପଞ୍ଚମ ପିଢ଼ି ଚଲାଉଥିବାବେଳେ ଦୋକାନର ମୁଖ୍ୟ ଅଧିକାରୀ ଭାବେ ରାଧା ମିଠାଇୱାଲା ଦାୟିତ୍ବ ତୁଲାଇଛନ୍ତି।

ସାକ୍ଷାତକାର୍‌ରେ ସେ କହିଛନ୍ତି, ୨୦୧୮ ରାଖି ପୂର୍ଣ୍ଣମୀ ଅବସରରେ ସେ ଏହି ସୁନା ମିଠାର ଅଭିନବ ପ୍ରୟାସ ଆରମ୍ଭ କରିଥିଲେ। ଗୁଜରାଟର ଧନିକ ବର୍ଗଙ୍କ ଦ୍ବାରା ତାଙ୍କର ଏହି ପଦକ୍ଷେପ ଉଚ୍ଚ-ପ୍ରଶଂସିତ ହୋଇଥିଲା। ଲକ୍-ଡାଉନ୍ ସମୟରେ ଖୁବ୍ କ୍ଷୟକ୍ଷତି ସହିବା ପରେ ଗତ ୧୫ଦିନ ହେଲା ତାଙ୍କ ଦୋକାନ ଖୋଲିଛି। କେତେଜଣ ଗ୍ରାହକ ୨୪ କ୍ୟାରେଟ୍ ପରସ୍ତ ସୁନା ମିଠାର ବରାଦ୍ ଦେଇଗଲେଣି। ହେଲେ କୌଣସି ସାମଗ୍ରୀ ବର୍ତ୍ତମାନ ସହଜରେ ଆସି ପହଞ୍ଚି ପାରୁନଥିବାରୁ ସେମାନେ ଏହି ସୁନା ମିଠା ତିଆରି କରିପାରୁନାହାନ୍ତି। ମିଠା ପାଇଁ ବ୍ୟବହୃତ ହେଉଥିବା ପେସ୍ତାବାଦାମ କାଲିଫର୍ଣ୍ଣିଆରୁ ଆସୁଥିବାବେଳେ କେଶର ସ୍ପେନ୍‌‌ରୁ ଆସୁଥିଲା। ସୁନା ମିଠା କିଲୋ ପିଛା ୯ହଜାର ଟଙ୍କାରେ ବିକ୍ରି ହେଉଥିବାର ପ୍ରକାଶ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories