www.samajalive.in
Friday, December 5, 2025
20.1 C
Bhubaneswar

ଭାରତରେ ୨୧ ‘କରୋନା’ ଆକ୍ରାନ୍ତ, ଇଟାଲୀରୁ ଆସିଥିବା ୧୬ ପର୍ଯ୍ୟଟକଙ୍କଠାରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା ଘାତକ ‘କରୋନା’ ଭୂତାଣୁର ପ୍ରକୋପ ଏବେ ଭାରତରେ ଦେଖିବାକୁ ମିଳିଛି। ୩ ଦିନ ଭିତରେ ଭାରତରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ଏହି ପର୍ଯ୍ୟଟକମାନେ ଇଟାଲୀର। ଏମାନେ ଭାରତ ଆସିବା ପରେ ଯାଞ୍ଚ ସମୟରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏମ୍‌ସରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ଯାହା କରୋନା ପଜିଟିଭ ଆସିଛି। ପରେ ସମସ୍ତଙ୍କୁ ଛାବଲାସ୍ଥିତ ଆଇଟିବିପି ସେଣ୍ଟରରେ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି। ଏହାବ୍ୟତୀତ ୫ ଭାରତୀୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ-ଏନସିଆରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି। ଉକ୍ତ ରୋଗୀଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ତେଲେଙ୍ଗାନାରେ ମଧ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମହାରାଷ୍ଟ୍ରରେ ମଧ୍ୟ ୨ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି।

କରୋନା ମୁକାବିଲ ପାଇଁ କେନ୍ଦ୍ର ସରକାର ୧୩ ହଜାର ପରୀକ୍ଷାଗାର କରିଛନ୍ତି। ଏକା ସମୟରେ ୨୫ ହଜାର ନମୁନା ପରୀକ୍ଷା କରାଯାଇପାରିବ। ଦିଲ୍ଲୀର ୨୫ଟି ସରକାର ହସ୍ପିଟାଲରେ ଆଇସୋଲେଶନ ୱାର୍ଡ ଖୋଲାଯାଇଛି। ଜରୁରିକାଳୀନ ସ୍ଥିତି କିପରି ଏହାର ମୁକାବିଲ କରାଯିବ ସେ​‌ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ମାସରେ କେରଳରେ ୩ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ସମସ୍ତେ ଚୀନରୁ ଫେରିଥିଲେ। ଏହା ପରେ ବିମାନବନ୍ଦର, ରେଳ ଷ୍ଟେଶନ ଏବଂ ବିଭିନ୍ନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋହଳ ଯୋଗୁ ଏବେ ପୁଣି ଥରେ ପୂର୍ବ ସ୍ଥିତି ଉପୁଜିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories